କନକବ୍ୟୁରୋ : ସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା କିମ୍ବା ଫଟୋର ପ୍ରଚାର ପ୍ରସାର କରନ୍ତୁ ନାହିଁ । ଏନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଏକ ଜାତୀୟ ଦଳର ଜଣେ ବିଶିଷ୍ଟ ନେତା ଏବଂ ସେହି ଦଳର ଜଣେ ନିର୍ବାଚିତ ବିଧାୟକଙ୍କ ସମ୍ପର୍କରେ ଏକ ବିଭ୍ରାନ୍ତିକର ଫଟୋ ଏ.ଆଇ. ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ଦୃଷ୍ଟିଗୋଚର ହୋଇଛି । ସୋସିଆଲ ମିଡିଆର ଏକ ପ୍ଲାଟଫର୍ମରେ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଏହି ଫଟୋ ପୋଷ୍ଟ କରାଯାଇଥିବା ଚିହ୍ନଟ ହୋଇଛି । ଏହି ପୋଷ୍ଟକୁ ଯାଞ୍ଚ ପରେ ଏହା ମିଥ୍ୟା ଏବଂ ଭ୍ରାନ୍ତିକର ବୋଲି ଜଣାପଡ଼ିଛି ।
ଏଭଳି ବିଭ୍ରାନ୍ତିକର ସୂଚନାର ପ୍ରଚାର ପ୍ରସାର ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ । ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ତେଣୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ଏଭଳି ବିଭ୍ରାନ୍ତିକର ସୂଚନା ଅନ୍ୟମାନଙ୍କୁ ପଠାଇବାରୁ ନିବୃତ୍ତ ରୁହନ୍ତୁ, କାରଣ ଏପରି କରିଥିବା ବ୍ୟକ୍ତିଙ୍କ ପାଇଁ ଗମ୍ଭୀର ପରିଣାମ ସୃଷ୍ଟି ହୋଇପାରେ । ନୂଆପଡ଼ା ବିଧାନସଭା ଉପନିର୍ବାଚନର ମତଦାନ ନଭେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ । ତେଣୁ ନିର୍ବାଚନ ସମ୍ପର୍କୀୟ କୌଣସି ସୂଚନା ଅନ୍ୟ କାହାକୁ ପଠାଇବା ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବାକୁ ଅନୁରୋଧ । ଦୟାକରି ସୋସିଆଲ ମିଡିଆକୁ ସତର୍କତାର ସହିତ ବ୍ୟବହାର କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ଭ୍ରାନ୍ତିକର ସୂଚନା ଓ ଫୋଟୋର ପ୍ରଚାର ପ୍ରସାରରୁ ନିବୃତ ରହିବାକୁ ପୁନଶ୍ଚ ଅନୁରୋଧ ,
ସେପଟେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡି ବିରୋଧରେ ଅଭିଯୋଗ କରିଛି । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୨୦୨୪ ନିର୍ବାଚନ ପରାଜୟ ଭୋଗ କରିବା ପରେ, ନବୀନ ପଟ୍ଟନାୟକ କହିଥିଲେ ବିଜେପି ସୋସିଆଲ ମିଡିଆରେ ଅପପ୍ରଚାର କରିଛି, ସେଥିପାଇଁ ବିଜେଡି ର ପରାଜୟ ଘଟିଛି ।
କିନ୍ତୁ ଆଜି ବିଜେଡି ଦଳ ଏହାକୁ ନିଜେ କରୁଛି ଓ ତାଙ୍କ ଲୋକ କରୁଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ବିଧାୟକ ହିମାଂଶୁ ସାହୁଙ୍କ ଫଟୋକୁ AI ସହାୟରେ ଏଡିଟ କରି ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ଓ ନୂଆପଡା ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ବିଜେଡି ପରାଜୟ ଭୟରେ ଏପରି ଅପଚେଷ୍ଟା କରୁଛି ବୋଲି ବିଜେପି ଅଭିଯୋଗ କରିଛି ।
ଅଧିକ ପଢନ୍ତୁ... ରଥଯାତ୍ରା ଦଳାଚକଟା କାର୍ଯ୍ୟାନୁଷ୍ଠାନ: ତଦନ୍ତ ରିପୋର୍ଟରେ ୭ ପୁଲିସ ଅଧିକାରୀଙ୍କୁ ଦୋଷୀ
ଏଥିସହ ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର । ଦିନ ୪ଟାରୁ ପ୍ରଚାର ବନ୍ଦ ହୋଇଯିବ । ଆଜି ଶେଷ ଦିନ ପ୍ରଚାର ଥିବାରୁ ସବୁ ଦଳ ଓ ପ୍ରାର୍ଥୀମାନେ ଆଜି ଜୋରଦାର ପ୍ରଚାର କରିବେ । ଦିନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ । ମତଦାନ ପୂର୍ବର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ଅଧିକ ପଢନ୍ତୁ.... ହାତୀ ନଦୀରେ ବାଲି ମାଫିଆଙ୍କ ରାଜ୍, ବିପଦରେ ନଈକୂଳିଆ ଲୋକେ
ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି । ମତଦାନର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ସରିବ । ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ ,
ପ୍ରଚାର ଅବଧି ଶେଷ ହେବା ପରେ ସେମାନେ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ । ଏହାସହ କଲ୍ୟାଣ ମଣ୍ଡପ କିମ୍ବା କମ୍ୟୁନିଟି ହଲ୍ ଇତ୍ୟାଦିରେ କୌଣସି ବାହାର ଅଞ୍ଚଳର ଲୋକ ରହୁଛନ୍ତି କି ନାହିଁ ତାହା ପୁଲିସ୍ ଯାଞ୍ଚ କରିବ ।
ଲଜ୍ ଓ ଅତିଥି ଗୃହ ଗୁଡ଼ିକର ଅତିଥି ତାଲିକାର ମଧ୍ୟ ଯାଞ୍ଚ କରାଯିବ। ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ । ନିର୍ବାଚନ ମଣ୍ଡଳୀରେ କେବଳ ସ୍ଥାନୀୟ ଭୋଟରମାନେ ରହୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପରିଚୟ ପତ୍ର ଯାଞ୍ଚ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/09/ai-2025-11-09-07-57-47.jpg)