କନକ ବ୍ୟୁରୋ : ଫ୍ଲାଇଂ ସ୍କ୍ୱାଡ୍ ହାତରେ ଧରାପଡ଼ିଲେ ୩ ଜଣ ଶିକ୍ଷକ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନର ଉତ୍ତର ଡାକୁଥିବାବେଳେ ଫ୍ଲାଇଙ୍ଗ ସ୍କ୍ୱାଡ୍ ହାତରେ ଧରା ପଡ଼ିଛନ୍ତି ୩ ଶିକ୍ଷକ । ଏଥିରେ ଜଣେ ପରୀକ୍ଷା କେନ୍ଦ୍ର ପରିଚାଳକ ଏବଂ ଦୁଇ ଜଣ ଶିକ୍ଷକ ଅଛନ୍ତି । ରାୟଗଡ଼ା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶାନ୍ତିଲତା ମୁନିଙ୍କ ନେତୃତ୍ୱରେ ପ୍ଲାଇଂ ସ୍କ୍ୱାର୍ଡ ଯାଞ୍ଚ ପାଇଁ କୈଳାସପୁର ସରକାରୀ ହାଇସ୍କୁଲ ଗସ୍ତ ବେଳେ ସେଠାରେ ବାହାର ସ୍କୁଲର ୨ ଜଣ ଶିକ୍ଷକ ପରୀକ୍ଷା ଦେଉଥିବା ପିଲାଙ୍କୁ କପି ଦେଉଥିବା ଜାଣିବାକୁ ପାଇଥିଲେ ।
ଅଧିକ ପଢନ୍ତୁ : ବାଙ୍କୀରେ ପିଲାଙ୍କ ଚାଉଳ ଚୋରି ; ବିଳମ୍ବିତ ରାତିରେ ଚାଉଳ ବିକ୍ରି ବେଳେ ଧରାପଡ଼ିଲେ ସ୍କୁଲ ପିଅନ
ଏହାପରେ ଉକ୍ତ ୨ ଶିକ୍ଷକଙ୍କ ସମେତ କେନ୍ଦ୍ର ପରିଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ । ଏନେଇ ଚାନ୍ଦିଲି ଥାନାରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ମାମଲାରେ ଶିକ୍ଷକ ବିଶିକେଶନ ବାଗ, ସ୍ବରାଜ ବେହେରା ଓ ଶୈଳେନ୍ଦ୍ର ସ୍ୱାଇଁଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ପ୍ରମାଣ ସ୍ବରୂପ ସ୍କୁଲର ସିସିଟିଭି ଫୁଟେଜ ମଧ୍ୟ ପ୍ରଦାନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/03/matric-exam-2026-03-03-08-44-14.jpg)