କନକ ବ୍ୟୁରୋ: ଜାତୀୟ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶାର ୩ ଜଣ ବ୍ୟାଟର୍ ମାଧୁରୀ ମେହେଟା, ସ୍ପିନ୍ ଅଲ୍ରାଉଣ୍ଡର ସୁଶ୍ରୀ ଦିବ୍ୟଦର୍ଶିନୀ ଓ ବ୍ୟାଟିଂ ଅଲ୍ରାଉଣ୍ଡର ତନ୍ମୟୀ ବେହରାଙ୍କୁ ୧୬ ଜଣିଆ ପୂର୍ବାଞ୍ଚଳ ଦଳରେ ସ୍ଥାନ ମିଳିଛି। ସୁଶ୍ରୀ ଏହି ଦଳର ଉପଅଧିନାୟିକା ରହିଛନ୍ତି । ଅନ୍ତଃଜୋନ୍ ଦିନିକିଆ ପ୍ରତିଯୋଗିତା ମାର୍ଚ୍ଚ ୫ରୁ ୧୫ତାରିଖ ପର୍ଯ୍ୟନ୍ତ ଖେଳାଯିବ । ପୂର୍ବାଞ୍ଚଳ ଦଳରେ ସ୍ଥାନ ପାଇଥିବା ଏହି ଖେଳାଳିମାନଙ୍କୁ ‘ଓସିଏ’ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି ।
ଏହା ବି ପଢ଼ନ୍ତୁ: ସର୍ବଭାରତୀୟ ବେସାମରିକ ସେବା କ୍ରିକେଟ୍: ଓଡ଼ିଶାର ବିଜୟ ଅଭିଯାନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/ods-2026-02-18-22-08-14.jpg)