କନକ ବ୍ୟୁରୋ: ନୂଆଦିଲ୍ଲୀରେ ଚାଲିଥିବା ସର୍ବଭାରତୀୟ ବେସାମରିକ ସେବା କ୍ରିକେଟ୍ ପ୍ରତିଯୋଗିତାରେ ବୁଧବାର ଓଡ଼ିଶା ୩୫ ରନ୍ରେ ପୁଡ଼ୁଚେରୀକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ନିର୍ଦ୍ଧାରିତ ୧୫ ଓଭରରେ ୱିକେଟ୍ ହରାଇ ୧୪୪ ରନ୍ କରିଥିଲା । ଆଲୋକ ମହରଣା ୪୧, ଶୁଭାଶିଷ ଜେନା ୩୩ ରନ୍ କରିଥିଲେ । ଜବାବରେ ପୁଡ଼ୁଚେରୀ ୧୦୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଓଡ଼ିଶା ପକ୍ଷରୁ ଅନୁରାଗ ପୃଷ୍ଟି ୩/୧୦ ବୋଲିଂ ସଫଳତା ପାଇଥିଲା ବେଳେ ରିତେଶ ପାଣ୍ଡେ ୨ ୱିକେଟ୍ ନେଇଥିଲେ । ଅନୁରାଗଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା ।
ଏହା ବି ପଢ଼ନ୍ତୁ: ଜାତୀୟ ମହିଳା ଦିନିକିଆ: ଓଡ଼ିଶାର ଅଭିଯାନ ଗ୍ରୁପ୍ ପର୍ଯ୍ୟାୟରେ ଶେଷ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/odisha-2026-02-18-22-03-34.jpg)