ବରଗଡରେ ସାଇବର ଠକେଇ : ୩ ଗିରଫ

Advertisment

ବରଗଡ଼ରେ ସାଇବର ଠକେଇ ମାମଲାରେ ପୁଣି ୩ ଅଭିଯୁକ୍ତ ଗିରଫ । ପୂର୍ବରୁ ଏଭଳି ଠକେଇ ମାମଲାରେ ଗିରଫ ହୋଇଥିଲେ ୬ ଅଭିଯୁକ୍ତ । ନିରୀହ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୁଟୁଥିଲେ ଟଙ୍କା ।

ବରଗଡ଼ରେ ସାଇବର ଠକେଇ ମାମଲାରେ ପୁଣି ୩ ଅଭିଯୁକ୍ତ ଗିରଫ । ପୂର୍ବରୁ ଏଭଳି ଠକେଇ ମାମଲାରେ ଗିରଫ ହୋଇଥିଲେ ୬ ଅଭିଯୁକ୍ତ । ନିରୀହ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୁଟୁଥିଲେ ଟଙ୍କା ।

cyber fraud

Photograph: (kanaknews)

କନକ ବ୍ୟୁରୋ : ବରଗଡ଼ରେ ସାଇବର ଠକେଇ ମାମଲାରେ ପୁଣି ୩ ଅଭିଯୁକ୍ତ ଗିରଫ । ପୂର୍ବରୁ ଏଭଳି ଠକେଇ ମାମଲାରେ ଗିରଫ ହୋଇଥିଲେ ୬ ଅଭିଯୁକ୍ତ । ନିରୀହ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୁଟୁଥିଲେ ଟଙ୍କା । ଆକାଉଣ୍ଟ ଖୋଲିଲେ ଟଙ୍କା ମିଳିବ କହି ଦେଉଥିଲେ ପ୍ରଲୋଭନ । ପରବର୍ତ୍ତୀ ସମୟରେ ଆକାଉଣ୍ଟକୁ ଫ୍ରଡ୍ ସଂସ୍ଥାରେ ବ୍ୟବହାର କରୁଥିଲେ । ୫୭ ଟି ବିଭିନ୍ନ ବ୍ୟାଙ୍କର ପାସବୁକ୍, ୧୯ ଟି ଚେକ୍ ବୁକ୍, ୮୧ ଟିଏଟିମ୍, ୨୬ ଟି ସିମ କାର୍ଡ, ୨ ଟି ମୋବାଇଲ, ୬ ହଜାର ୭ ଶହ ନଗଦ ଟଙ୍କା, ଗୋଟିଏ ସ୍କୁଟି ଜବତ କରିଛି ଟାଉନ ଥାନା ପୋଲିସ। ୫୭ ଟି ବିଭିନ୍ନ ବ୍ୟାଙ୍କର ପାସବୁକରେ ରହିଛି ୧୦ କୋଟିରୁ ଅଧିକ ଟଙ୍କା ।

ଅଧିକ ପଢନ୍ତୁ : ଅନଲାଇନ୍ ଗେମିଂ ଆପ୍ ମାଧ୍ୟମରେ ସାଇବର ଠକେଇ : ୱିଙ୍ଗୋ ଆପ୍ ଉପରେ ରୋକ ​​ଲଗାଇଲେ ସରକାର

 ବରଗଡରେ ହୋଇଥିବା ଠକେଇର ମୁଖ୍ୟ ଅଭିଯୁକ୍ତ ମନୋଜ କୁମାର କୁଶଳ ବରଗଡର ଏକ ସପିଂମଲରେ କାମ କରି ଏଭଳି ଠକେଇ କରୁଥିଲେ । ଗତ ୧୨ ତାରିଖରେ ପୁଲିସ୍ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ସ୍ବତନ୍ତ୍ର ଅଭିଯାନ ଅପରେସନ ସାଇବର କବଚ ଆରମ୍ଭ ହୋଇଥିଲା । ଏହା ଆଗାମୀ ୨୭ ତାରିଖ ଯାଏଁ ଚାଲିବ ।  ଏହାରି ଭିତରେ ବରଗଡ ପୋଲିସର ଏକ ୧୫ ଜଣିଆଁ ସ୍ବତନ୍ତ୍ର ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ  ଆକାଉଣ୍ଟ ଜାଲିଆତି ଉପରେ ଧରପଗଡ ଆରମ୍ଭ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe