କଟକରେ ପୁରୁଣା କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟଣା,  ସିଏମସିର ଅତିରିକ୍ତ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଯାଞ୍ଚକମିଟି ଗଠନ କଲେ ଜିଲ୍ଲାପାଳ

Advertisment

ନିର୍ମାଣ ବୈଧତା ତଥା ଆବଶ୍ୟକୀୟ ଅନୁମତି ହାସଲ ନେଇ ହେବ ଯାଞ୍ଚ

ନିର୍ମାଣ ବୈଧତା ତଥା ଆବଶ୍ୟକୀୟ ଅନୁମତି ହାସଲ ନେଇ ହେବ ଯାଞ୍ଚ

Building collapse

Building collapse Photograph: (kanakNews)

କନକ ବ୍ୟୁରୋ:  କଟକରେ ପୁରୁଣା କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟଣା । କୋଠାର ନିର୍ମାଣ ବୈଧତା ତଥା ଆବଶ୍ୟକୀୟ ଅନୁମତି ହାସଲ ବିଷୟରେ ଯାଞ୍ଚ କରିବାକୁ କମିଟି ଗଠନ। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସିଏମସିର ଅତିରିକ୍ତ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ କମିଟି ଗଠନ କରିଛନ୍ତି ।

ଏହି ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ମହାନଗର ନିଗମର ନଗର ଯନ୍ତ୍ରୀ, କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହକାରୀ ସହର ଯୋଜନାକାରୀ ସଦସ୍ୟ ଭାବେ ରହିଛନ୍ତି । କୋଠା ନିର୍ମାଣର ମୂଳ ଅନୁମତି କଟକ ଉନ୍ନୟନ କର୍ତ୍ତୃପକ୍ଷ ଦେଇଥିଲେ । ଆବଶ୍ୟକୀୟ ଦସ୍ତାବିଜ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରୁ ହାସଲ କରାଯାଇ ଯାଞ୍ଚ କରାଯିବ । 

କଟକରେ ପୁରୁଣା କୋଠା ଭୁଶୁଡ଼ିଲା, ଚାଲିଗଲା ୩ଜଣଙ୍କ ଜୀବନ

ଏହି ଯାଞ୍ଚ କମିଟି ସଂପୃକ୍ତ କୋଠାର ନିର୍ମାଣ ଜନିତ ଦୃଢତା ଏବଂ ସ୍ଥାୟିତ୍ୱକୁ ପରୀକ୍ଷା ନିରୀକ୍ଷା କରିବେ । ଏହି ଅଟ୍ଟାଳିକା ନିର୍ମାଣ ନିମନ୍ତେ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ହାସଲ କରାଯାଇଛି କି ନାହିଁ ଏବଂ ଅନୁମୋଦିତ ଯୋଜନା ତଥା ନିର୍ମାଣ ନିୟମାବଳୀ ଅନୁଯାୟୀ କରାଯାଇଛି କି ନାହିଁ ତାହା ମଧ୍ୟ କମିଟି ଯାଞ୍ଚ କରିବ । କୌଣସି ପ୍ରକାର ଅବହେଳା ବା ବିଚ୍ୟୁତି ପରିଲକ୍ଷିତ ହେଲେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଆଇ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe