କନକ ବ୍ୟୁରୋ: କଟକ ଜିଲ୍ଲାରେ ପୁଣି ଅଘଟଣ ଘଟିଛି । କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି । ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ବସ୍ତିରେ ରହୁଥିବା ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକମାନଙ୍କର ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ଉପସ୍ଥିତ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଅନ୍ଧାରୀ ମୂଲକର ଗାଁ ; ଯେଉଁଠି ମୌଳିକ ସୁବିଧା ସାତ ସପନ
କମିସନରେଟ୍ ପୁଲିସ କହିଛି, ଆଜି ଅପରାହ୍ନ ୪ଟା ୪୫ରେ ମଣିସାହୁ ଛକ ନିକଟରେ ଥିବା ଏକ ଆପାଟ୍ମେଣ୍ଟର ଅଂଶବିଶେଷ ଭୁଶୁଡ଼ିଥିଲା । ଭୁଶୁଡ଼ିଥିବା ଛାତର ଅଂଶବିଶେଷ ନିକଟରେ ଥିବା ବସ୍ତିର ଘର ଉପରେ ପଡ଼ିଥିଲା । ଫଳରେ ଯେଉଁ ଛୋଟ ଘରେ ଅବଶେଷ ପଡ଼ିଥିଲା, ସେଠାରେ ଏକ ପରିବାର ରହୁଥିଲେ । ଦୁର୍ଘଟଣା ସଂପର୍କିତ ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଥିଲେ । ସ୍ବାମୀ,ସ୍ତ୍ରୀ, ଜଣେ ମହିଳା ଓ ଦୁଇ ଛୋଟ ପିଲାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ଡାକ୍ତରଖାନା ନିଆଯାଇଥିଲା । ସେଠାରେ ବାପା, ମା’ ଓ ଜଣେ ୫ ବର୍ଷର ଶିଶୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/08/old-building-collapses-2025-11-08-19-17-12.jpg)