Photograph: (Kanak News)
କନକ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରରେ ଟଳିଲେ ୩ କୁଖ୍ୟାତ ଆତଙ୍କୀ । ଜୈସ କମାଣ୍ଡର୍ ସୈଫୁଲ୍ଲା ସଫା । ୨୦ ଥର ସେନାକୁ ଚକ୍ମା ଦେଇ ଅଳ୍ପକେ ବର୍ତ୍ତିଥିଲା ସୈଫୁଲ୍ଲା । ଏଥର 'ଅପରେସନ୍ ତ୍ରାଶି'ରେ ଖେଳ ଖତମ୍ । କିସ୍ତୱାରରେ ବଡ଼ ଧରଣର ଆତଙ୍କୀ ନିପାତ ଅପରେସନକୁ ସଫଳତା ମିଳିଛି । ପାକିସ୍ତାନର ଜୈସ-ଏ-ମହମ୍ମଦ ସଂଗଠନର ୩ ଆତଙ୍କୀଙ୍କୁ ନିପାତ କରାଯାଇଛି । ସେମାନଙ୍କ ଭିତରୁ ଜଣେ ସୈଫୁଲ୍ଲା ବୋଲି ସ୍ପଷ୍ଟ ହୋଇଛି । ଗତ ୨ ବର୍ଷ ଧରି ସେ ସୁରକ୍ଷାକର୍ମୀଙ୍କୁ ଚକ୍ମା ଦେଇଆସୁଥିଲା ।
ତେବେ ଆଜି ଗୁଇନ୍ଦା ସୂଚନା ଆଧାରରେ କିସ୍ତୱାର ଅଞ୍ଚଳରେ ଅପରେସନ୍ ତ୍ରାଶି-୧ ଆରମ୍ଭ କରାଯାଇଥିଲା । ଏହାପରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀ ଏହାର ଜବାବ ଦେଇଥିଲେ । ପାହାଡ଼ ତଳ ଏକ କଚ୍ଚା ଘରେ ଆତଙ୍କୀମାନେ ଲୁଚି ରହିଥିଲେ । ଜାମ୍ମୁ-କାଶ୍ମୀର ପୁଲିସ, ସିଆର୍ପିଏଫ୍ ଓ ସ୍ପେଶାଲ ଫୋର୍ସ ଏଥିରେ ସାମିଲ ହୋଇଥିଲେ । ଆତଙ୍କୀଙ୍କ ଆଡ୍ଡାରୁ ୨ଟି ରାଇଫଲ୍ ଜବତ ହୋଇଛି । ଗତ ଜାନୁଆରୀରୁ ତ୍ରାଶି-୧ ଅପରେସନ୍ ଆରମ୍ଭ ହୋଇଥିବା ବେଳେ, କିସ୍ତୱାର ଚତ୍ରୁ ବନାଞ୍ଚଳରେ ପ୍ରାୟ ୬ ଥର ଗୁଳିବିନିମୟ ଘଟିଲାଣି । ଏହି ଆତଙ୍କୀ ନିପାତ ଅଭିଯାନକୁ ସଫଳତା ପରେ, ଚର୍ଚ୍ଚାରେ ସେନା କୁକୁର ଟାଇସନ୍ ।
ଅଧିକ ପଢନ୍ତୁ : ଭାରତରେ ବଡ଼ ଆତଙ୍କୀ ଯୋଜନା ପଣ୍ଡ , ତାମିଲନାଡୁରୁ ୬ ସନ୍ଦିଗ୍ଧ ଗିରଫ
ସାବାସ୍ ଟାଇସନ୍
ଗୁଳି ଖାଇଲା, ପଛକୁ ହଟିଲାନି
- ଅପରେସନ୍ ତ୍ରାଶି-୧କୁ ସଫଳତା ପଛରେ ବୀର ଯୋଦ୍ଧା
- କିସ୍ତୱାରରେ ଆତଙ୍କୀ ନିପାତ ଅଭିଯାନରେ ବଡ଼ ଭୂମିକା
- ଆତଙ୍କୀଙ୍କ ଠିକଣା ଖୋଜିବାରେ ଯବାନଙ୍କୁ କଲା ସହାୟତା
- ଅପରେସନ୍ ବେଳେ ଆତଙ୍କବାଦୀଙ୍କ ଗୁଳି ବାଜି ଗୁରୁତର
- ଗୁଳି ବାଜିବା ପରେ ବି ସୁରକ୍ଷାକର୍ମୀଙ୍କୁ ସହାୟତା କରିଥିଲା
- ଆତଙ୍କବାଦୀଙ୍କ ସନ୍ଧାନରେ ଆଗକୁ ବଢ଼ିଥିଲା
- ଗୁଳି ବାଜିବା ପରେ ଉଦ୍ଧମପୁର ସେନା ହସ୍ପିଟାଲରେ ଭର୍ତ୍ତି
- ପୂର୍ବରୁ ମଧ୍ୟ ବିଭିନ୍ନ ବଡ଼ ସେନା ଅଭିଯାନରେ ସାମିଲ
Follow Us