କନକ ବ୍ୟୁରୋ : ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ । ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ତାମିଲନାଡୁରୁ ୬ ସନ୍ଦିଗ୍ଧଙ୍କୁ ଧରିଛି ସୁରକ୍ଷା ଏଜେନ୍‌ସି । ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ଏବଂ ବାଂଲାଦେଶର ଆତଙ୍କୀ ନେଟୱର୍କର ନିର୍ଦ୍ଦେଶରେ ଏମାନେ ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିଲେ ବୋଲି କୁହାଯାଉଛି । 

Advertisment

ଅଧିକ ପଢନ୍ତୁ : ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ ନିଖିଲ ଗୁପ୍ତା: ଆମେରିକା କୋର୍ଟରେ ସ୍ୱୀକାର କଲେ

ସମସ୍ତ ସନ୍ଦିଗ୍ଧଙ୍କୁ ପଚରାଉଚରା ଲାଗି ଦିଲ୍ଲୀ ନିଆଯାଉଛି । ସୁରକ୍ଷା ଏଜେନ୍‌ସିଙ୍କ ସୂଚନା ଅନୁଯାୟୀ ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରେ ବାଂଲାଦେଶ ନିଗରିକ ମଧ୍ୟ ଅଛନ୍ତି । ଜାଲ୍ ପ୍ରମାଣପତ୍ର ଆଧାରରେ ସେମାନେ ଭାରତରେ ରହୁଥିଲେ । ସାରା ଦେଶରେ ଏମାନେ ଅଲଗା ଅଲଗା ସଂଗଠିତ ମଡ୍ୟୁଲ୍ ପ୍ରସ୍ତୁତ କରି ବଡ଼ ଧରଣର ଆକ୍ରମଣ ଲାଗି ପ୍ରସ୍ତୁତି କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସନ୍ଦିଗ୍ଧଙ୍କ ଠାରୁ ପୁଳା ପୁଳା ମୋବାଇଲ୍ ଫୋନ୍, ଅନେକ ସିମ୍‌ କାର୍ଡ ଏବଂ ଡିଜିଟାଲ୍ ଡିଭାଇସ୍ ଜବତ କରାଯାଇଛି ।