କନକ ବ୍ୟୁରୋ : ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ । ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଛକରେ ଘଟିଛି ଦୁର୍ଘଟଣା । ବାଇକରେ ୩ ଯୁବକ ନିଆଳି ରାସ୍ତାରେ ଯାଉଥିବା ବେଳେ ଏକ ହାଇୱା ସମସ୍ତଙ୍କୁ ଚାପିଦେଇଛି । ଘଟଣାସ୍ଥଳରେ ପାହାଳ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି ।
ଅଧିକ ପଢନ୍ତୁ : ସମ୍ବାଦ ପାଲଟିଗଲେ ସାମ୍ବାଦିକା : ବାଲି ବୁଣିଥିଲା ମୃତ୍ୟୁର ଫାଶ , ବସ୍ ଧକ୍କାରେ ଚାଲିଗଲା ଶିଲାଙ୍କ ଜୀବନ
ବାଇକ ନମ୍ବରକୁ ଅନୁସନ୍ଧାନ କରି ପୋଲିସ ଆର୍ଟିଓ ରେକର୍ଡରେ ଥିବା ମାଲିକଙ୍କ ସହ ଯୋଗାଯୋଗ କରିଥିଲା । ଗାଡ଼ି ମାଲିକ ବହୁଦିନ ପୁର୍ବରୁ ବାଇକ୍ ବିକ୍ରି କରିଦେଇଥିବା ପୁଲିସକୁ କହିଥିଲେ । ଫଳରେ ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/road-accident-2026-03-07-09-53-31.png)