Photograph: (KANAK NEWS)
କନକ ବ୍ୟୁରୋ: ରାଜ୍ୟରେ ଅସୁରକ୍ଷିତ ପୁଲିସ । ଗୋଟିଏ କି ଦୁଇଟି ନୁହେଁ ୩ଟି ଏପରି ଘଟଣା ସାମ୍ନାକୁ ଆସିଛି। ଯାଜପୁର ଧର୍ମଶାଳାରେ ବାଲି ମାଫିଆଙ୍କ ଗୁଣ୍ଡାରାଜ୍ । ପୁଲିସକୁ ଖୋଲା ଚାଲେଞ୍ଜ । ନଦୀ ଘାଟକୁ ଆସିଲେ ହତ୍ୟା କରି ମାଟିରେ ପୋତି ଦେବାକୁ ଧମକ । ମାଫିଆ ମାନେ ପୁଲିସ ଗାଡ଼ିକୁ ଢେଲା ପଥରରେ ଆକ୍ରମଣ କରି ସ୍କର୍ପିଓ ଗାଡି ଭାଙ୍ଗି ଦେଇଛନ୍ତି। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଚଅପୋଇ ନିକଟରେ ।
ଗତକାଲି ରାତିରେ ବ୍ରହ୍ମବରଦା ଥାନା ପୁଲିସ ନାଇଟ୍ ପାଟ୍ରୋଲିଂ କରୁଥିବା ସମୟରେ ଚଅପୋଇ ନିକଟରେ କିଛି ଅସାମାଜିକ ଯୁବକ ଏକାଠି ହୋଇ ମଦ ପିଉଥିଲେ। ପୋଲିସ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିବାରୁ ମାଫିଆ ମାନେ ପୋଲିସ ଗାଡ଼ିକୁ ଢେଲା ପଥର ମାଡ଼ ମାରିଥିଲେ । ଯାହା ଫଳରେ ପୋଲିସ ସେଠାରୁ ଫେରି ଆସିବାକୁ ବାଧ୍ୟ ହୋଇଥିଲା। ଏହି ଘଟଣାରେ ବ୍ରହ୍ମବରଦା ଥାନାର ଷ୍ଟାଫ୍ ଲକ୍ଷ୍ମୀଧର ରାଜ ଲିଖିତ ଏତଲା ଦେବା ପରେ ପୁଲିସ ଗୋଟିଏ ବାଇକ୍ ଜବତ କରିଛି । ଅନ୍ୟ ପଟରେ ଏହି ଘଟଣାରେ ମାଫିଆ ମାନେ ଫେରାର ଅଛନ୍ତି ।
ଆହୁରି ପଢ଼ନ୍ତୁ:ଖଣି ଚୋରାଚାଲାଣର ହବ୍ ପାଲଟିଛି କୋଇଡା, ଖଣି ଓ ଅଫିମ ମାଫିଆଙ୍କୁ ସୁରକ୍ଷା ଦେଉଛି ବନ ବିଭାଗ
ଅନ୍ୟପଟେ ନୟାଗଡ଼ ଜିଲ୍ଲାରେ ଗୃହରକ୍ଷୀଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ କ୍ଷ ଗାଁ ମୁରବିଙ୍କ ଉପସ୍ଥିତିରେ ମାଡ଼ ମାରିଲେ ଗାଁର କିଛି ଯୁବକ । ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପୁଆଣିଆ ଗାଁରେ । ଗାଁରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଏହି ଘଟଣା ଘଟିଛି । ଡ୍ରାମା ରିହାର୍ସଲ ବେଳେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଗୃହରକ୍ଷୀ ଶୁଶାନ୍ତଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏ ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Follow Us