କନକ ବ୍ୟୁରୋ : ବଜେଟ୍ ଅଧିବେଶନ ସମୟରେ ଭାରତ ଓ ବ୍ରିଟିଶ ସଂସଦ କିଛି ଆକର୍ଷଣୀୟ ତଥା ଅନନ୍ୟ ପରମ୍ପରା ପାଳନ କରାଯାଇଥାଏ । ଯାହା ଉଭୟ ଦେଶର ସଂସଦର ଏକ ପ୍ରମୁଖ ପରିଚୟ ପାଲଟିଛି । ଭାରତରେ ବଜେଟ୍ ପୂର୍ବରୁ ଏକ ସ୍ୱତନ୍ତ୍ର ହାଲୱା ସମାରୋହ ଅନୁଷ୍ଠିତ ହେଉଥିବା ବେଳେ ବ୍ରିଟେନରେ ବଜେଟ୍ ଭାଷଣ ସମୟରେ ଏକ ଅଜବ ପରମ୍ପରା ପାଳନ କରାଯାଇଥାଏ । ଯାହା ସଂସଦୀୟ ନିୟମର ବିପରୀତ । ବ୍ରିଟିଶ ସଂସଦ ୱେଷ୍ଟମିନିଷ୍ଟରରେ ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିବା ସମୟରେ ମଦ୍ୟପାନ କରିପାରିବେ ବୋଲି ଆଇନଗତ ଭାବରେ ଅନୁମତି ଦିଆଯାଇଛି । ତେବେ ବ୍ରିଟିଶ ସଂସଦର ନିୟମ ଅତ୍ୟନ୍ତ କଠୋର । ହାଉସ୍ ଅଫ୍ କମନ୍ସରେ କୌଣସି ସାଂସଦଙ୍କୁ ଖାଇବା କିମ୍ବା ପିଇବାକୁ ଅନୁମତି ନାହିଁ । ଏପରିକି ପାଣି ପିଇବାକୁ ମଧ୍ୟ ମନା ।

Advertisment

ବଜେଟ୍‌ ସମୟରେ ସ୍ୱତନ୍ତ୍ର ନିୟମ

ବଜେଟ୍ ଦିନ କଠୋର ନିୟମ ଗୋଟିଏ ଦିନ ପାଇଁ କୋହଳ କରାଯାଇଥାଏ । କେବଳ ଅର୍ଥମନ୍ତ୍ରୀଙ୍କୁ ତାଙ୍କ ଭାଷଣ ସମୟରେ ପାନୀୟ ଅବା ମଦ୍ୟପାନ କରିବାକୁ ଅନୁମତି ଦିଆଯାଇଛି । ତେବେ ପାନୀୟ ଅର୍ଥମନ୍ତ୍ରୀଙ୍କ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରିଥାଏ । ଏହି ପରମ୍ପରା ଶହ ଶହ ବର୍ଷ ଧରି ଚାଲିଆସୁଛି । ପୂର୍ବ ସମୟରେ, ବଜେଟ ଭାଷଣ ବହୁତ ଲମ୍ବା ଥିଲା । ଚାନ୍ସେଲରଙ୍କୁ ତାଙ୍କ କଣ୍ଠକୁ ସାମୟିକ ଆରାମ ଦେବା କିମ୍ବା ଶକ୍ତି ପ୍ରଦାନ କରିବା ପାଇଁ ପାନୀୟ ପିଇବାକୁ ପଡୁଥିଲା । ତଥାପି, ଏହି ଅଭ୍ୟାସ ଆଜିକାଲି କମ୍ ଦେଖାଯାଉଛି। ଗତ କିଛି ଦଶନ୍ଧି ଧରି, ବ୍ରିଟିଶ ଚାନ୍ସେଲରମାନେ ଏହାକୁ କମ୍ ଅଭ୍ୟାସଗତ କରିଛନ୍ତି । ଉଦାହରଣ ସ୍ୱରୂପ,୧୯୯୭ ମସିହାରେ, ଗର୍ଡନ ବ୍ରାଉନ ପିଇବା ପାଇଁ ମିରୋଲ ୱାଟର ଚୟନ କରିଥିଲେ । ସେବେଠାରୁ ଅଧିକାଂଶ ଚାନ୍ସେଲରମାନେ କେବଳ ପାଣି ପିଉଛନ୍ତି ।

ଅଧିକ ପଢ଼ନ୍ତୁ---ଆମର ସମ୍ପର୍କ ଆହୁରି ନିବିଡ଼ ହେବ : ଭାରତକୁ ଗଣତନ୍ତ୍ର ଦିବସରେ ଅଭିନନ୍ଦନ ଜଣାଇଲେ ମାର୍କୋ ରୁବିଓ

ସାଂସଦମାନେ ପରମ୍ପରାକୁ ଏଡ଼ାଇବା ଆରମ୍ଭ କରିଥିଲେ

ସାମାଜିକ ଗଣମାଧ୍ୟମ ଓ ସାର୍ବଜନୀନ ଭାବମୂର୍ତ୍ତିର ପ୍ରଭାବକୁ ଯୋଗୁ ସମ୍ପ୍ରତି ରାଜନେତାମାନେ ଏହି ପରମ୍ପରା ପ୍ରତି ଅଧିକ ସତର୍କ ରହୁଛନ୍ତି । ସେମାନଙ୍କର ବଜେଟ୍ ଭାଷଣ ସମୟରେ ମଦ୍ୟପାନ କରୁଥିବା ଦେଖାଯିବାକୁ ଏଡାଇ ଯାଉଛନ୍ତି । ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନାକ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ପରମ୍ପରା ପାଳନ କରିନଥିଲେ । ବର୍ତ୍ତମାନ, ଜେରେମି ହଣ୍ଟ ଓ ରାଚେଲ ରିଭସ୍ ଭଳି ରାଜନେତା ମଧ୍ୟ କେବଳ ପାଣି ପିଇବାକୁ ପସନ୍ଦ କରୁଛନ୍ତି ।