କନକ ବ୍ୟୁରୋ : ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତକୁ ୭୭ତମ ଗଣତନ୍ତ୍ର ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତ-ଆମେରିକା ସହଭାଗୀତା ଓ କ୍ୱାଡ୍ ସହଯୋଗକୁ ଆହୁରି ମଜବୁତ କରିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି । ବାଣିଜ୍ୟ ଚୁକ୍ତି ଓ ଶୁଳ୍କକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସମୟରେ ରୁବିଓଙ୍କ ଏହି ଅଭିନନ୍ଦନ ବାର୍ତ୍ତା ଆସିଛି। ରୁବିଓ ଜାନୁଆରି ୨୬ରେ ଭାରତର ସମ୍ବିଧାନ ଗ୍ରହଣ ଅବସରରେ ଭାରତୀୟ ଜନତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଭିନ୍ନ କ୍ଷେତ୍ରରେ ଘନିଷ୍ଠ ସହଯୋଗ ମାଧ୍ୟମରେ ପ୍ରକୃତ ଫଳାଫଳ ପ୍ରଦାନ କରୁଛି ।
ଅଧିକ ପଢନ୍ତୁ... ସରିଫ-ମୁନିର ପାଲେଷ୍ଟାଇନଙ୍କ ରକ୍ତର ସୌଦାଗର: ପାକିସ୍ତାନ ସରକାରଙ୍କୁ ଇହୁଦୀ ଏଜେଣ୍ଟ କହିଲେ କେପି ମୁଖ୍ୟମନ୍ତ୍ରୀ
ମାର୍କୋ ରୁବିଓ କଣ କହିଲେ?
ମାର୍କୋ ରୁବିଓ ତାଙ୍କ ବାର୍ତ୍ତାରେ କହିଛନ୍ତି, ଯୁକ୍ତରାଷ୍ଟ୍ର ପକ୍ଷରୁ, ମୁଁ ଗଣତନ୍ତ୍ର ଦିବସରେ ଭାରତର ଜନସାଧାରଣଙ୍କୁ ମୋର ହୃଦୟରୁ ଅଭିନନ୍ଦନ ଜଣାଉଛି । ଦୁଇ ଦେଶର ଏକ ଐତିହାସିକ ସମ୍ପର୍କ ରହିଛି। ସେମାନେ ପ୍ରତିରକ୍ଷା, ଶକ୍ତି, ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ଓ ନୂତନ ପ୍ରଯୁକ୍ତିବିଦ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏକାଠି କାମ କରୁଛନ୍ତି । ଭାରତ ସହିତ ନିବିଡ଼ ସମ୍ପର୍କ ଚାହୁଁଛି ଆମେରିକା ରୁବିଓ ଆଗାମୀ ବର୍ଷଗୁଡ଼ିକରେ ଭାରତ ସହିତ ସମ୍ପର୍କକୁ ଆହୁରି ନିବିଡ଼ କରିବା ଓ ସହଭାଗୀ ରଣନୈତିକ ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ତାଙ୍କର ଇଚ୍ଛା ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/26/8-2026-01-26-12-22-52.jpg)