ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଚୋର, ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଓ ଟଙ୍କା

ଘଟଣାରେ ୩ ଜଣ ଗିରଫ । ଜବତ ହେଲା ୧୧୨ ଗ୍ରାମର ସୁନା ଗହଣା

Loot in house

Loot in house Photograph: (KanakNews)

କନକ ବ୍ୟୁରୋ:  ଘରେ କେହି ନଥିବା ବେଳେ କଳାକନା ବୁଲାଇ ଚୋର ଲୁଟି ନେଲା ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଓ ଟଙ୍କା। ସୁନା ଗହଣାକୁ ନିକଟସ୍ଥ ଜଙ୍ଗଲ ଭିତରେ ପଥର ସନ୍ଧିରେ ଲୁଚାଇ ରଖିଥିଲା । ହେଲେ ପୁଲିସର ଛଞ୍ଚାଣ ଆଖିରୁ ବର୍ତ୍ତି ପାରିଲାନି ଚୋର । ଖୋଜି ବାହାର କଲା ଅନୁଗୁଳ ପୁଲିସ । ପୁଲିସ ଚୋର ଠାରୁ ଜବତ କରିଛି ୧୧୨ ଗ୍ରାମର ସୁନା ଗହଣା। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ବଅଁରପାଳ ପୁଲିସ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକ ।

କୋରାପୁଟ ଜୟପୁରରେ ଆତଙ୍କ ଖେଳାଇଲେଣି ଚୋର, ରାତିରେ ଘରେ ପଶି କରୁଛନ୍ତି ଲୁଟ୍‌

ଝିଅ ଘରକୁ ବୁଲି ଯାଇଥିବା ବେଳେ ତାଙ୍କ ଘରୁ ସୁନା ଗହଣା ଓ ୧ ଲକ୍ଷ ୪୦ ହଜାର ଟଙ୍କା ଚୋରି ହୋଇଥିବା ଗତ ୨୩ ତାରିଖରେ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ ତୁଳସୀପାଳ ଗାଁର ନିତ୍ୟାନନ୍ଦ ବେହେରା । ପୁଲିସ ଗତକାଲି ମୁଖ୍ୟ ଅଭିଯୁକ୍ତ ସେହି ତୁଳସୀପାଳ ଗାଁର ବିଜୟ ବିଶ୍ଵାଳ ସମେତ ପୃଥ୍ୱୀରାଜ ଦାସ, ଦେବେନ୍ଦ୍ର ଦାସଙ୍କୁ ଗିରଫ କରିଛି । ଆଜି ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ପୂଜା ପୂର୍ବରୁ ୫ ଜଣିଆ ପାହାଡ଼ି ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ : ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ କରୁଥିଲେ ଲୁଟ୍‌ପାଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe