କନକ ବ୍ୟୁରୋ : ରାଜ୍ୟରେ ସକ୍ରିୟ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ । ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ କରୁଥିଲେ ଲୁଟ୍ପାଟ୍ । ୫ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ବାନ୍ଧିଲା କମିସନରେଟ୍ ପୁଲିସ । ପୂଜାରେ ଲୁଟିବା ପାଇଁ ଭୁବନେଶ୍ବର ଆସିଥିଲେ ଝାଡ଼ଖଣ୍ଡର ଏହି ପାହାଡ଼ି ଗ୍ୟାଙ୍ଗ୍ । କ୍ୟାପିଟାଲ୍ ଥାନା ପୁଲିସ ହାତରେ ୫ ଲୁଟେରା ଧରାପଡ଼ିଛନ୍ତି । ୨ ନାବାଳକ ସହ ୫ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ସେମାନଙ୍କ ନିକଟରୁ ୬୦ରୁ ଅଧିକ ଦାମୀ ଚୋରା ମୋବାଇଲ୍ ଜବତ କରିଛି ପୁଲିସ । ପୂଜା ପୂର୍ବରୁ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୁଲିସ ।
ସେପଟେ ଟାୱାରରୁ ଚୋରୀ କରିବା ବେଳେ ଧରାପଡ଼ିଲେ ଲୁଟେରା । ଯାଜପୁର ଜିଲ୍ଲାର ବିଭିନ୍ନ ଜିଓ ଟାୱାରରୁ ଦୀର୍ଘଦିନ ଧରି ବିଭିନ୍ନ ଦାମୀ ସାମଗ୍ରୀ ଚୋରୀ କରିବା ଅଭିଯୋଗରେ ଜଣେ ଜିଓ କର୍ମଚାରୀ ଗ୍ରାମବାସୀଙ୍କ ଦ୍ବାରା ଧରାପଡ଼ିଛନ୍ତି । ଏହା ପଛରେ ଏକ ବଡ଼ ରାକେଟ୍ କାମ କରିଥାଏ ବୋଲି ସନ୍ଦେହ ପ୍ରକାଶ କରୁଛି ପୁଲିସ । ଧରା ପଡ଼ିଥିବା ବ୍ୟକ୍ତି ବିଞ୍ଝାରପୁର ଓ ଦଶରଥପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/13/lootera-2025-09-13-16-00-20.jpg)