କନକ ବ୍ୟୁରୋ: ଘରେ କେହି ନଥିବା ବେଳେ କଳାକନା ବୁଲାଇ ଚୋର ଲୁଟି ନେଲା ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଓ ଟଙ୍କା। ସୁନା ଗହଣାକୁ ନିକଟସ୍ଥ ଜଙ୍ଗଲ ଭିତରେ ପଥର ସନ୍ଧିରେ ଲୁଚାଇ ରଖିଥିଲା । ହେଲେ ପୁଲିସର ଛଞ୍ଚାଣ ଆଖିରୁ ବର୍ତ୍ତି ପାରିଲାନି ଚୋର । ଖୋଜି ବାହାର କଲା ଅନୁଗୁଳ ପୁଲିସ । ପୁଲିସ ଚୋର ଠାରୁ ଜବତ କରିଛି ୧୧୨ ଗ୍ରାମର ସୁନା ଗହଣା। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ବଅଁରପାଳ ପୁଲିସ । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକ ।
କୋରାପୁଟ ଜୟପୁରରେ ଆତଙ୍କ ଖେଳାଇଲେଣି ଚୋର, ରାତିରେ ଘରେ ପଶି କରୁଛନ୍ତି ଲୁଟ୍
ଝିଅ ଘରକୁ ବୁଲି ଯାଇଥିବା ବେଳେ ତାଙ୍କ ଘରୁ ସୁନା ଗହଣା ଓ ୧ ଲକ୍ଷ ୪୦ ହଜାର ଟଙ୍କା ଚୋରି ହୋଇଥିବା ଗତ ୨୩ ତାରିଖରେ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ ତୁଳସୀପାଳ ଗାଁର ନିତ୍ୟାନନ୍ଦ ବେହେରା । ପୁଲିସ ଗତକାଲି ମୁଖ୍ୟ ଅଭିଯୁକ୍ତ ସେହି ତୁଳସୀପାଳ ଗାଁର ବିଜୟ ବିଶ୍ଵାଳ ସମେତ ପୃଥ୍ୱୀରାଜ ଦାସ, ଦେବେନ୍ଦ୍ର ଦାସଙ୍କୁ ଗିରଫ କରିଛି । ଆଜି ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ପୂଜା ପୂର୍ବରୁ ୫ ଜଣିଆ ପାହାଡ଼ି ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ : ଝାଡ଼ଖଣ୍ଡରୁ ଆସି ଓଡ଼ିଶାରେ କରୁଥିଲେ ଲୁଟ୍ପାଟ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/13/loot-in-house-2025-11-13-16-50-55.jpg)