କୋରାପୁଟ ଜୟପୁରରେ ଆତଙ୍କ ଖେଳାଇଲେଣି ଚୋର, ରାତିରେ ଘରେ ପଶି କରୁଛନ୍ତି ଲୁଟ୍‌

ଲୁଟ୍‌ ରୋକିପାରୁନି, ହାତ ଟେକିଦେଲା ପୁଲିସ୍ । ରାତି ହେଲେ ବଢ଼ୁଛି ଚିନ୍ତା

Koraput

Koraput Photograph: (KanakNews)

କୋରାପୁଟ:  କୋରାପୁଟ ଜିଲ୍ଲା ଜୟପୁରରେ ଚୋରି ସଂଖ୍ୟା ବଢ଼ିବାରେ ଲାଗିଛି । ଅଭିଯୋଗର ଲମ୍ବା ତାଲିକା ଧରି ବସିଛି ପୁଲିସ୍‌ । କାର୍ଯ୍ୟାନୁଷ୍ଠାନ ବି ନେଉଛି, ହେଲେ ଡରୁନାହାନ୍ତି ଚୋର, କମୁନି ସଂଖ୍ୟା। ତ୍ରାହି ତ୍ରାହି ଡାକିଲେଣି ଲୋକେ ।  ଆତଙ୍କ ଖେଳାଇଲେଣି ଚୋର। ଜୟପୁର ସହରରେ ଲମ୍ବିବାରେ ଲାଗିଛି ଚୋରିର ତାଲିକା । ପୁଲିସ୍‌ ଡାଳେ ଡାଳେ ଗଲେ ଚୋର ପତରେ ପତରେ ଯାଉଛନ୍ତି । ଏ ସିସିଟିଭି ଫୁଟେଜ୍‌କୁ ଦେଖନ୍ତୁ। ରାତି ଅଧିଆ ମୁହଁରେ କପଡ଼ା ବାନ୍ଧି ପଶୁଛି ଚୋର । ଜଣେ କି ୨ ଜଣ ନୁହଁ, ଏକା ସହ ୩ ଜଣ ପଶି ଘରେ କଳାକନା ବୁଲାଇଦେଲେ। ଏ ଗୋଟିଏ ନୁହେଁ ଏମିତି ଫୁଟେଜ୍‌ ଅନେକ ଆସୁଛି ।

ମହିଳାଙ୍କ କ୍ଷେତ୍ରରେ ବଢୁଛି ଅପରାଧ, ଚିନ୍ତା ବଢାଇଲା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ

 ପୁଲିସର କହିବା କଥା, ଚୋରଙ୍କୁ ଗିରଫ କରି ଜେଲ୍‌ ପଠାଯାଉଛି । କିନ୍ତୁ କିଛି ଦିନରେ ଏମାନେ ଜାମିନରେ ବାହାରି ପୁଣି ଚୋରି କରୁଛନ୍ତି। ଚୋରି କରୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି କଠୋର ନିୟମ ନାହିଁ। ସେମାନେ ବାରମ୍ବାର ଏପରି ଅପରାଧ ଘଟାଉଥିବା କହିଛନ୍ତି ଆଇନଜୀବୀ । ଏବେ ପ୍ରଶ୍ନ ଉଠୁଛି, ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉନି ନା ପୁଲିସ୍‌ ନିଜ ଦାୟିତ୍ବ ଠିକ ଭାବେ ତୁଲାଉନି। ସେ ଯାହା ବି ହେଉ ନା କାହିଁକି ସହରରେ ବଢ଼ୁଥିବା ଚୋରି ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe