Loot in Koraput Photograph: (KanakNews)
କନକ ବ୍ୟୁରୋ: ବ୍ୟବସାୟୀଙ୍କଠୁ ଲୁଟ । ମାରଣାସ୍ତ୍ର ଦେଖାଇ ପାଞ୍ଚ ଲକ୍ଷ ଟଙ୍କା ଲୁଟିନେଲେ ମୁଖା ପିନ୍ଧା ଦୁର୍ବୃତ୍ତ । ସୋସିଆଲ ମିଡିଆରେ ଭାଇରାଲ ହେଲା ଲୁଟ ସମୟର ଭିଜୁଆଲ। ହାତରେ ଖଣ୍ଡା ଧରି ଭୟଭୀତ କରି ରାସ୍ତା ମଝିରେ ଏକ ବ୍ୟବସାୟୀଙ୍କ କାରରୁ ଲୁଟ ହୋଇଛି । ଦୁର୍ବୃତ୍ତଙ୍କ ଖଣ୍ଡାକୁ ଦେଖି ସମସ୍ତେ ଭୟଭୀତ । କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତର୍ଗତ ଖଟଲାପଦର ନିକଟରେ ଏଭଳି ଘଟଣା ଘଟିଛି ।
ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀକୁ ଛୁରିରେ କାଟିଦେଲା ସ୍ୱାମୀ
ବ୍ୟବସାୟୀ ଜଣକ କୋଟପାଡ ଅଂଚଳର ଦେବାଶିଷ ପଟ୍ଟନାୟକ l ଘଟଣାଟି ୨ ଦିନ ତଳର ବୋଲି ଜଣା ପଡିଛି । ୭,୮ ଜଣ ଲୁଟେରା ରାସ୍ତା ମଝିରେ ବ୍ୟବସାୟୀଙ୍କ କାର ଅଟକାଇ ଥିଲେ l ବ୍ୟବସାୟୀ ଗାଡ଼ି ଡୋର ନ ଖୋଲିବାରୁ କାର ଆଗ ଓ ପଛ ପଟ କାଚ ଭାଙ୍ଗିଥିଲେ ଦୁର୍ବୃତ୍ତ । ମାରଣାସ୍ତ୍ର ଦେଖାଇ ଟଙ୍କା ଏବଂ ମୋବାଇଲ ଲୁଟି ନେଇଯାଇଥିଲେ l ସମସ୍ତ ଲୁଟେରା ମୁହଁରେ ମୁଖା ପିନ୍ଧି ମାରଣାସ୍ତ୍ର ଧରିଥିଲେ l ଏହି ସ୍ଥାନରେ ପୂର୍ବରୁ ମଧ୍ୟ ବହୁବାର ଏଭଳି ଡକାୟତ ହୋଇଥିବା ନଜିର ରହିଛି l କିନ୍ତୁ ଅଭିଯୁକ୍ତଙ୍କୁ ପାଖରେ ପହଞ୍ଚିପାରୁନି ପୁଲିସ ।
Follow Us