କନକବ୍ୟୁରୋ : ପାରିବାରିକ କଳହରୁ ସ୍ତ୍ରୀକୁ ଛୁରିରେ କାଟିଦେଲା ସ୍ୱାମୀ। ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଉପକଣ୍ଠ ଲାଖବିନ୍ଧା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା।
ନିଜ ସମ୍ପର୍କୀୟ ଭଉଣୀ ଘରେ ରହି ଆସୁଥିଲା ରୁକ୍ମଣୀ
କେମିତି ହୁଏ ଲ୍ୟାଣ୍ଡଫଲ୍ପ୍ରକ୍ରିୟା ? ଏହାର ଅର୍ଥ କଣ ?
ଅଧିକ ପଢନ୍ତୁ ........
ସୂଚନା ଅନୁଯାୟୀ, ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଉପକଣ୍ଠ ଲାଖବିନ୍ଧା ଗ୍ରାମର ଧୂମା କିସ୍କୁ (କଙ୍କା) ଓ ତା ସ୍ତ୍ରୀ ରୁକ୍ମଣୀ ମଧ୍ୟରେ ପ୍ରାୟ ସମୟରେ କଳି ଝଗଡା ଲାଗି ରହେ l ଏମିତିକି କଙ୍କା ତା ସ୍ତ୍ରୀ ରୁକ୍ମଣୀକୁ ପ୍ରାୟ ସମୟରେ ମାରଧର କରୁଥିଲା, ଯେଉଁଥିପାଇଁ ଦୀର୍ଘଦିନ ହେବ ରୁକ୍ମଣୀ ଗାଁରେ ରହୁଥିବା ନିଜ ସମ୍ପର୍କୀୟ ଭଉଣୀ ଘରେ ରହି ଆସୁଥିଲା l ତେବେ ଆଜି ସକାଳୁ ରୁକ୍ମଣୀ କୂଅକୁ ପାଣି ନେବାକୁ ଆସିଥିବାବେଳେ କଙ୍କା ହଠାତ ପଛପଟୁ ଏକ ଧାରୁଆ ଛୁରି ସାହାଯ୍ୟରେ ଆକ୍ରମଣ କରିଥିଲା l ତେବେ ରୁକ୍ମଣୀ ମୁହଁ ବୁଲାଇଦେବାରୁ ଛୁରୀ ବେକରେ ବାଜିନଥିଲା ଯେଉଁଥି ପାଇଁ ରୁକ୍ମଣୀ ଅଳ୍ପକେ ବର୍ତ୍ତିଯାଇ ଥିଲା l
ଅଧିକ ପଢନ୍ତୁ .....
ହେଲେ ରୁକ୍ମଣୀର ମୁହଁରେ ଗଭୀର କ୍ଷତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା l ସେ ଘଟଣା ସ୍ଥଳରେ ଗୁରୁତର ଆହତ ହୋଇ ପଡିଥିବାବେଳେ ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ଓ ଅଭିଯୁକ୍ତ ସ୍ୱାମୀ କଙ୍କାଳକୁ ଘଟଣା ସ୍ଥଳରେ ବାନ୍ଧି ଅଟକ ରଖି ପୁଲିସକୁ ଖବର ଦେଇଥିଲେ l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସୂଚନା ଯୋଗ୍ୟ କି କଙ୍କା ପୁର୍ବରୁ ମଧ୍ୟ ନିଜ ସ୍ତ୍ରୀ ରୁକ୍ମଣୀକୁ ଆକ୍ରମଣ ଉଦ୍ୟମ କରିଥିଲା l
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/28/34-2025-10-28-11-40-50.jpg)