କନକ ବ୍ୟୁରୋ: ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୩୦ ବର୍ଷ ପରେ ଘଟିବାକୁ ଯାଉଛି ମହାସଂଯୋଗ । ଯାହାକୁ ନେଇ ଏବେଠୁ ଚର୍ଚ୍ଚା । କାରଣ ଏହାର ପ୍ରଭାବ ଏତେ ଅଧିକ ରହିବ ଯେ ଦେଶ ଦୁନିଆ ଉପରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିବ । ଜ୍ୟୋତିର୍ବିଦଙ୍କ ମତରେ ୨୯ ମାର୍ଚ୍ଚ ଶନିଗ୍ରହ ମୀନ ରାଶିରେ ପ୍ରବେଶ କରିବେ । ସେପଟେ ଚୈତ୍ର ନବରାତ୍ର ଏହିଦିନ ଆରମ୍ଭ ହେବାକୁ ଯାଉଛି । ମୀନ ସଂକ୍ରାନ୍ତିର କାଳ ଚାଲିବା ସହିତ ହିନ୍ଦୁ ନବବର୍ଷ ସାଲ ୨୦୮୨ ଆରମ୍ଭ ହେବାକୁ ଯାଉଛି । ତେଣୁ ଏହି ରାଶିର ବ୍ୟକ୍ତିମାନେ ସାବଧାନ ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ ରାଶିରେ ପଡ଼ିବ କି ପ୍ରଭାବ ।
ସାବଧାନ !
୩୦ ବର୍ଷ ପରେ ଘଟିବ ମହାସଂଯୋଗ
୪ ରାଶି ରୁହନ୍ତୁ ସାବଧାନ
ମେଷ
ଏହି ରାଶିର ବ୍ୟକ୍ତିଙ୍କୁ ସଂଘର୍ଷ କରିବାକୁ ପଡ଼ିବ । କ୍ୟାରିୟରରେ ସମସ୍ୟା ଦେଖାଯିବା ସହିତ ବାଦବିବାଦର ସମସ୍ୟା ବି ଦେଖାଯାଇପାରେ । ଖର୍ଚ୍ଚ ବଢିବା ସହିତ ଗାଡ଼ି ଚଳାଇବାରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
ସିଂହ
ଯେଉଁମାନଙ୍କ ସିଂହ ରାଶି ସେମାନେ ଆର୍ଥିକ ସମସ୍ୟାର ସାମ୍ନା କରିପାରନ୍ତି । କିଛିଦିନ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡ଼ିପାରେ । ଚାକିରିରେ ପରିବର୍ତ୍ତନ ଦେଖାଯିବା ସହିତ କରଜ ବଢିପାରେ ।
ଧନୁ
ଧନୁ ରାଶିର ବ୍ୟକ୍ତିବିଶେଷମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନର ସମ୍ଭାବନା ରହିଛି । ଶତ୍ରୁଙ୍କଠାରୁ ସାବଧାନ ଅବଲମ୍ବନ କରିବା ଦରକାର । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାର ଥିଲେ ବନ୍ଦ କରନ୍ତୁ । ନଚେତ୍ ହଇରାଣ ହୋଇପାରନ୍ତି ଆପଣ । ଏହାସହ ବାକ୍ ସଂଯମତା ରଖନ୍ତୁ । ନହେଲେ କେତେବେଳେ କିଛି ବି ହୋଇପାରେ ।
ମୀନ
ଶନି ଚଳଣ ହେବା କାରଣରୁ ମୀନ ରାଶିର ବ୍ୟକ୍ତିମାନେ ଏହି ସମୟରେ ଚିନ୍ତାରେ ରହିବେ । କୋର୍ଟ-କଚେରୀ, ବାଦ-ବିବାଦ ଓ ଘରେ ଅଶାନ୍ତି ବଢିପାରେ । କଥାବାର୍ତ୍ତାରେ ଏପଟ ସେପଟ ହେଲେ ଅଯଥାରେ ବିବାଦରେ ଫସିପାରନ୍ତି ଆପଣ । ତେଣୁ ଧ୍ୟାନର ସହ ପ୍ରତିଟି କାର୍ଯ୍ୟ କରିବା ଆବଶ୍ୟକ ।
ମୋଟ୍ ଉପରେ, ଗ୍ରହର ସ୍ଥିତାବସ୍ଥାକୁ ନେଇ ରାଶିର ଭାଗ୍ୟ ନିର୍ଦ୍ଧାରଣ କରାଯାଏ । ଅନେକ ସମୟରେ ଗ୍ରହଚକ୍ର ପ୍ରଭାବରେ ମଣିଷର ମାନସିକ ସ୍ଥିତି ବଦଳେ । ତେଣୁ ଏମିତି ସ୍ଥିତିରେ ଜ୍ୟୋତିର୍ବିଦଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଅବଶ୍ୟ ଡ଼ରିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ବୁଝିବିଚାରି କାମ କଲେ କୌଣସି ଅସୁବିଧାକୁ ଆପଣ ସହଜରେ ଏଡ଼ାଇ ଦେଇପାରନ୍ତି ।
ବି : ଦ୍ର- ଏହା ଜାତୀୟ ଗଣମାଧ୍ୟମରୁ ଉଦ୍ଧୃତ, କନକ ନ୍ୟୁଜ୍ର ଏଥିରେ କୌଣସି ମତାମତ ନାହିଁ