କନକ ବ୍ୟୁରୋ: ଭାରତର ନମ୍ବର ୱାନ ବିଶ୍ବବିଦ୍ୟାଳୟ ହେଉଛି ଜେଏନୟୁ । ସେଠାରେ ପଢା ଯାଉଥିବାର ଶୈଳୀଠୁ ଆରମ୍ଭ କରି ବାତାବରଣ ବେଶ୍‌ ଉଚ୍ଚକୋଟୀର  । ଏ କଥା ଆମେ ନୁହେଁ ବରଂ ଅନେକ ଶିକ୍ଷାବିତ୍‌ଙ୍କ ସହ ବିଭିନ୍ନ ସର୍ଭେ କରୁଥିବା ସଂସ୍ଥା କହିଛନ୍ତି । ହେଲେ ଆପଣ ଜାଣିଛନ୍ତି କି ?  ସେଠାରେ ଆଡ୍‌ମିଶନ କରିବାକୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ? ହଷ୍ଟେଲରେ ରହିବାକୁ ହେଲେ କେତେ ଟଙ୍କା ଦେବାକୁ ପଡ଼େ ? 

Advertisment

ଜେଏନ୍‌ୟୁରେ ହଷ୍ଟେଲ ଫି’ କେତେ ?
କେମିତି କରାଯାଏ ଆଡ୍‌ମିଶନ ? 
ଜେଏନୟୁରେ ପଢ଼ିବାକୁ ପିଲାଙ୍କ ପ୍ରବଳ ଇଚ୍ଛା
ଦେଶର ନମ୍ବର ୱାନ ବିଶ୍ବବିଦ୍ୟାଳୟରେ ପଢିବା
ଅନେକ ପିଲାଙ୍କ ରହେ ସ୍ବପ୍ନ

ଦେଶର ନମ୍ବର ୱାନ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଥିବାରୁ ପୂରା ଦେଶର ପ୍ରତିଟି ରାଜ୍ୟରୁ ଏଠାକୁ ପିଲାମାନେ ପଢିବାକୁ ଆସନ୍ତି । ହେଲେ କିଛି ଜଣ ନିଜ ସ୍ବପ୍ନକୁ ପୂରଣ କରୁଥିବା ବେଳେ ଅନେକ ସ୍ବପ୍ନ ସାକାର କରିପାରନ୍ତି ନାହିଁ । କଥା ହେଲା ଜେଏନୟୁରେ ପଢୁଥିବା ପିଲାଙ୍କର ଖର୍ଚ୍ଚ କମ୍‌ ରହେ । କେବଳ ପଢା ଖର୍ଚ୍ଚ କମ୍‌ ରୁହେ ତାହା ନୁହେଁ ବରଂ ହଷ୍ଟେଲର ଖର୍ଚ୍ଚ ବି କମ୍‌ । ସେଇଥି ଲାଗି ତ ପିଲାମାନେ ଏଠାରେ ପଢିବାକୁ ଅଧିକ ପସନ୍ଦ କରନ୍ତି । ଏଠାରେ ସ୍ପଷ୍ଟଭାବରେ କହିରଖୁଛୁ କି, ଜେଏନୟୁର ହଷ୍ଟେଲ ସହ ମେସ୍‌ର ଖର୍ଚ୍ଚ ବି କମ୍‌ ରହେ । ତେବେ ଆଜି ଆସନ୍ତୁ ଜାଣିବା ଆଡ୍‌ମିଶନ ଓ ହଷ୍ଟେଲ ଫି' କେତେ ରହିଛି ।

ଯଦି ଆପଣ ହଷ୍ଟେଲରେ ରହିବାକୁ ଇଚ୍ଛା କରୁଛନ୍ତି ତା’ ହେଲେ ପ୍ରଥମେ ଆପ୍ଲାଏ କରବାକୁ ପଡ଼ିବ । ଜେଏନୟୁର ୱେବ ସାଇଟ୍‌ରୁ ମିଳିଥିବା ସୂଚନା ଅନୁସାରେ, ହଷ୍ଟେଲ ପାଇଁ ଆପଣଙ୍କୁ ୫ ଟଙ୍କା ଦେବାକୁ ପଡ଼ିବ । ଆଡ୍‌ମିଶନ ସମୟରେ ଆପଣଙ୍କୁ ୫୦ ଟଙ୍କା ସିକ୍ୟୁରିଟି ପାଇଁ ବି ଦେବାକୁ ପଡ଼ିବ । ଏହି ଟଙ୍କା ଆପଣ ହଷ୍ଟେଲ ଛାଡ଼ିବା ସମୟରେ ଫେରିପାଇବେ । ଠିକ୍‌ ସେମିତି ହଷ୍ଟେଲର ମେସ୍‌ ପାଇଁ ଆପଣଙ୍କୁ ୭୫୦ ଟଙ୍କା ଦେବାକୁ ପଡ଼ିବ । ଯଦି ପୂରା ବର୍ଷ ନ୍ୟୁଜ୍‌ ପେପର ପଢିବାକୁ ଚାହାଁନ୍ତି, ତା’ ହେଲେ ୧୫ ଟଙ୍କା ଦେବାକୁ ହେବ । 

ଯଦି ଆପଣ ହଷ୍ଟେଲ୍‌ରେ ସିଙ୍ଗଲ୍‌ ବେଡ୍‌ ଚାହାଁନ୍ତି ତା’ ହେଲେ, ଆପଣଙ୍କୁ ଏ ବାବଦରେ ୨୪୦ ଟଙ୍କା ଦେବାକୁ ପଡ଼ିବ । ଠିକ୍‌ ସେହିପରି ଡବଲ୍‌ ବେଡ୍‌ ପାଇଁ ୧୨୦ ଟଙ୍କା ଦେବାକୁ ପଡ଼ିବ । ମୋଟ୍‌ ୧୮ ହଷ୍ଟେଲ୍‌ରେ ୫ ହଜାର ୫ ଶହ ପିଲା ରହି ପାଠ ପଢୁଛନ୍ତି । ମୋଟ୍‌ ଉପରେ ଏଠାରେ ପଢିବାକୁ ଅନେକ ପିଲା ଇଚ୍ଛା ରଖିଥିଲେ ବି ସୁଯୋଗ ମିଳେ ନାହିଁ । କିନ୍ତୁ ଏଠାରେ ପାଠ ପଢିବାକୁ ପିଲାଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ରହିଥିବା ଦେଖିବାକୁ ମିଳେ ।