ଚିପ୍ସ ପ୍ୟାକେଟ୍ ଭିତରେ ଥିଲା କାଳ ; ଖେଳଣା ବ୍ଲାଷ୍ଟ ହୋଇ କୁନି ପୁଅର ଆଖି ହେଲା ନଷ୍ଟ

Advertisment

ପାଞ୍ଚ ଟଙ୍କିଆ ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଛୋଟ ଖେଳଣା ସାଜିଛି କାଳ । ନିଆଁରେ ଖେଳଣା ପଡିବା କ୍ଷଣି ହୋଉଛି ବିସ୍ଫୋରଣ । ଏମିତି ଏକ ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖେଳନା ବିସ୍ଫୋରଣ ଘଟି କୁନି ପିଲାର ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । 

ପାଞ୍ଚ ଟଙ୍କିଆ ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଛୋଟ ଖେଳଣା ସାଜିଛି କାଳ । ନିଆଁରେ ଖେଳଣା ପଡିବା କ୍ଷଣି ହୋଉଛି ବିସ୍ଫୋରଣ । ଏମିତି ଏକ ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖେଳନା ବିସ୍ଫୋରଣ ଘଟି କୁନି ପିଲାର ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । 

Chips packet toy

Chips packet toy Photograph: (kanak news)

କନକ ବ୍ୟୁରୋ : ଛୋଟ ପିଲା ଜିଦ୍‌ କଲେ ଆପଣ ବି ହାତରେ ଧରାଇଦେଉଛନ୍ତି କି ଚିପ୍ସ ପ୍ୟାକେଟ୍ ? ତେବେ ହୋଇଯାଆନ୍ତୁ ସାବଧାନ ! ନହେଲେ ହୋଇଯିବ ସର୍ବନାଶ । କାରଣ ପାଞ୍ଚ ଟଙ୍କିଆ ଚିପ୍ସ ପ୍ୟାକେଟ୍ ଭିତରେ ଥିବା ଛୋଟ ଖେଳଣା ସାଜିଛି କାଳ । ନିଆଁରେ ଖେଳଣା ପଡିବା କ୍ଷଣି ହୋଉଛି ବିସ୍ଫୋରଣ । ଏମିତି ଏକ ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଖେଳନା ବିସ୍ଫୋରଣ ଘଟି କୁନି ପିଲାର ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । 

ମା ଆଖିରୁ ଝରି ପଡୁଛି ଲୁହ, ମନର ଯନ୍ତ୍ରଣାକୁ ଚାପି ରଖି ପାରୁନାହିଁ ମାଆ । କଥା କହିବା ମାତ୍ରେ ଆଖିରୁ ଝରି ଆସୁଛି ଲୁହ । ବାପା ବି କୋହ ଆଉ ଯନ୍ତ୍ରଣାକୁ ଚାପି ପାରୁନାହିଁ । ପାଖରେ ଏକ କୁନି ପିଲା ବି ରହିଛି । ଆଉ କୁନି ପିଲାର ଗୋଟିଏ ଆଖିରେ ବ୍ୟାଣ୍ଡେଜ ଲାଗିଛି l କାରଣ ପିଲାଟିର ଆଖି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି । ମାତ୍ର ପାଞ୍ଚ ଟଙ୍କିଆ ଚିପ୍ସ ସାଜିଲା କାଳ । ଚିପ୍ସ ଭିତରେ ଥିବା ଖେଳଣା ନିଆଁରେ ପଡିବା ମାତ୍ରେ ହୋଇଥିଲା ବିସ୍ଫୋରଣ । 

ଅଧିକ ପଢ଼ନ୍ତୁ---ଚାଲିଗଲେ ମା’, ମହତ କାମ କଲେ ପୁଅ: ମାନବ ସେବା ପାଇଁ ଦାନ କଲେ ପାର୍ଥିବ ଶରୀର

ରବିବାର ସନ୍ଧ୍ୟାରେ ଟିଟିଲାଗଡ଼ ଥାନା ଶଗଡଘାଟ ଗାଁର ଲବ ହରପାଳଙ୍କ ଆଠ ବର୍ଷର ପୁଅ ଅଙ୍କେଶ ହରପାଳ ଗାଁର ଏକ ଦୋକାନରୁ ଚିପ୍ସ ପ୍ୟାକେଟ କିଣି ଖାଇଥିଲେ । ସେହି ଜରି ପ୍ୟାକେଟରେ ଥିବା ଖେଳଣାକୁ ନିଆଁରେ ପକାଇଦେବା ମାତ୍ରେ ଜୋରରେ ବିସ୍ଫୋରଣ ଘଟି ଆଖି ଉପରେ ମାଡ଼ ହୋଇଥିଲା । ଗୁରୁତର ଅବସ୍ଥାରେ କୁନି ପିଲାକୁ ନେଇ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଆଖିଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିବା ଜଣାପଡ଼ିଛି । ଏବେ ଆହତ କୁନି ପିଲାର ମାଆ ଏବଂ ବାପା ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି । 

ସାଧାରଣତଃ ପିଲାମାନେ ଚିପ୍ସ ଖାଇବାକୁ ବହୁତ ଭଲ ପାଆନ୍ତି ଏବଂ ଅନେକ ସମୟରେ ପ୍ୟାକେଟ୍ ଭିତରେ ଥିବା ଲୋଭନୀୟ ଖେଳନା ପାଇଁ ସେମାନେ ଏହାକୁ କିଣିବାକୁ ଜିଦ୍ କରନ୍ତି । କିନ୍ତୁ ଏହି ଖୁସି କେତେବେଳେ ଯେ ଏକ ବଡ଼ ଦୁର୍ଘଟଣାର ରୂପ ନେଇଯିବ, ତାହା କେହି କଳ୍ପନା କରିନଥିଲେ । ତେବେ ଛୋଟ ପିଲାଙ୍କୁ ଚିପ୍ସ ପ୍ୟାକେଟ୍ ଦେବା ପୂର୍ବରୁ ସେଥିରେ ଖେଳନା ଅଛି କି ନାହିଁ ଯାଞ୍ଚ କରନ୍ତୁ । ଅଜଣା ବା ନିମ୍ନମାନର ସ୍ଥାନୀୟ ବ୍ରାଣ୍ଡର ଖାଦ୍ୟ କିଣିବା ବେଳେ ସତର୍କ ରୁହନ୍ତୁ । ବିଶେଷ କରି ପ୍ୟାକେଟ୍ ଭିତରେ ଥିବା 'ଲାଇଟ୍‌' ବା 'ବ୍ୟାଟେରୀ' ଚାଳିତ ଖେଳନାଗୁଡ଼ିକ ଅଧିକ ବିପଜ୍ଜନକ ହୋଇପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe