କନକ ବ୍ୟୁରୋ: ମଣିଷର ମୃତ୍ୟୁ ଶରୀରର ଶେଷ ହୋଇପାରେ, କିନ୍ତୁ ତାର ମହାନତା ସେତେବେଳେ ପ୍ରମାଣିତ ହୁଏ ଯେତେବେଳେ ସେ ନିଜ ମୃତ୍ୟୁ ପରେ ମଧ୍ୟ ଅନ୍ୟ କାହାର ଜୀବନ ବଞ୍ଚାଇବା ପାଇଁ କିମ୍ବା ସମାଜର କଲ୍ୟାଣ ପାଇଁ କାମରେ ଆସିଥାଏ । ନିକଟରେ ଜଣେ ବୃଦ୍ଧା ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ନିଆଯାଇଥିବା 'ଶରୀର ଦାନ'ର ନିଷ୍ପତ୍ତି ଆଜିର ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ।
ସାଧାରଣତଃ ମୃତ୍ୟୁ ପରେ ଶେଷ ରୀତିନୀତି ଏବଂ ଶବ ସଂସ୍କାରକୁ ନେଇ ଆମେ ପାରମ୍ପରିକ ଚିନ୍ତାଧାରାରେ ବନ୍ଧା ହୋଇଥାଉ । କିନ୍ତୁ ଏହି ଶୋକାକୁଳ ସମୟରେ ଧୈର୍ଯ୍ୟ ନହରାଇ, ପରିବାର ଲୋକେ ଯେଉଁଭଳି ଭାବରେ ଚିକିତ୍ସା ବିଜ୍ଞାନର ଉନ୍ନତି ଏବଂ ମାନବ ସେବା ପାଇଁ ପାର୍ଥିବ ଶରୀରକୁ ଦାନ କରିଛନ୍ତି, ତାହା ପ୍ରଶଂସନୀୟ। ଏହା କେବଳ ଏକ ଶରୀର ଦାନ ନୁହେଁ, ବରଂ ଅନ୍ଧବିଶ୍ୱାସରୁ ଉର୍ଦ୍ଧ୍ୱକୁ ଉଠି ମାନବିକତାର ଏକ ବଡ଼ ପରିଚୟ।
ଆହୁରି ପଢ଼ନ୍ତୁ... ଭତ୍ତା ମିଳୁଛି ହଜାରେ, ଅଟୋବାଲା ନେଉଛି ଦୁଇଶହ! ହେଲେ ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା
ନାମ ଅନସୂୟା ନାୟକ, ବୟସ - ୮୮ , ଗ୍ରାମ - ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଠେଙ୍ଗାଧରା ଗାଁରେ... ଅଳ୍ପ ଦିନ ଶଯ୍ୟାଶାୟୀ ପରେ ଅନସୂୟାଙ୍କ ଦେହାନ୍ତ ଘଟିଛି । ପରିବାରରେ ୪ପୁଅ ବୋହୂ, ନାତି ନାତୁଣୀ ଥିବା ଏକ ଉଚ୍ଚ ଶିକ୍ଷିତ ପରିବାର । ଅନସୂୟାଙ୍କ ମୃତ୍ୟୁ ପରେ ଏହି ପରିବାର ଏକ ବଡ ନିଷ୍ପତି ନେଇଛି । ଧାର୍ମିକ ନୀତି ନିୟମ ପାଳନ କରିବା ସହ ଡାକ୍ତରଙ୍କୁ ଯୋଗାଯୋଗ କରିଥିଲେ । ଆଉ ମରଶରୀରକୁ ଦାନ କରିବା ନେଇ ପହଞ୍ଚି ଥିଲେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜରେ । ଆଖି ଦୁଇଟି ଚକ୍ଷୁ ବିଭାଗକୁ ଦାନ କରାଯାଇଥିବା ବେଳେ ଶରୀରଟି ଡାକ୍ତରୀ ଛାତ୍ରଛାତ୍ର ଙ୍କ ପାଠ ପଢିବା ଉଦ୍ଦେଶ୍ୟରେ ଦାନ କରାଯାଇଛି । ଅନସୂୟାଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ । ତେଣୁ ସେ ଅମର ହୋଇଗଲେ ।
ଏହି ଶରୀର ଆଗାମୀ ଦିନରେ ଅନେକ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣାରେ ସହାୟକ ହେବ ଏବଂ ହୁଏତ କାହାର ମୂଲ୍ୟବାନ ଜୀବନ ବଞ୍ଚାଇବାରେ ମାଧ୍ୟମ ସାଜିବ। ସେହି ପୁଣ୍ୟାତ୍ମା ବୃଦ୍ଧାଙ୍କ ପ୍ରତି ଏହା ହିଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି, ଯେଉଁଥିପାଇଁ ସେ ମୃତ୍ୟୁ ପରେ ମଧ୍ୟ ଅମର ହୋଇ ରହିବେ।"
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2026/01/12/deadbody-donate-2026-01-12-15-25-24.jpg)