କନକବ୍ୟୁରୋ : ବାରମ୍ବାର ରାଜ୍ୟରେ ବାତିଲ ହେଉଛି ନିଯୁକ୍ତି ପରୀକ୍ଷା। ପ୍ରଶ୍ନପତ୍ର କେଳେଙ୍କାରୀ ପ୍ରଘଟ ହୋଇ ପରୀକ୍ଷା ବାତିଲ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଏହାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୧୮ମାସରେ ୧୮ ପରୀକ୍ଷା ବାତିଲ ହେବା ନେଇ ସରକାରଙ୍କୁ ଘେରିଛନ୍ତି । ଗତକାଲି ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ପରେ ଏଏନଏମ ଓ ଜିଏନଏମର ୧୨ ତାରିଖ ଯାଏଁ ହବାକୁ ଥିବା ସମସ୍ତ ପରୀକ୍ଷା ବାତିଲ କରାଯାଇଛି ।
ଅଧିକ ପଢନ୍ତୁ... ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାରେ ହେଉଛି ବଡ଼ ବିଭ୍ରାଟ : ୧୭ ମାସରେ ବାତିଲ ହେଲାଣି ୧୯ ପରୀକ୍ଷା
/filters:format(webp)/kanak/media/media_files/2025/12/06/navin-tweet-2025-12-06-11-36-37.jpg)
ଯାହାପର ଠାରୁ ରାଜନୀତି ବି ତେଜିବାରେ ଲାଗିଛି। ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ବିଜେପି ସରକାର ଆସିବା ପରେ ଏପରି କାହିଁକି ହେଉଛି ବୋଲି ବିଜେଡି ପ୍ରଶ୍ନ କରିଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହେଉ ଯାଉଛି । ଏହାକୁ ନେଇ ଆଗକୁ ବିଜେଡି ଆନ୍ଦୋଳନକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି । ସେପଟେ କଂଗ୍ରେସ କହିଛି, ସରକାରଙ୍କ ଅପାରଗତା ଦିନକୁ ଦିନ ପ୍ରମାଣିତ ହେଉଛି । ପିଲାଙ୍କ ଭବିଷ୍ୟତ ପାଇଁ ଅଭିଭାବକ ପରିଶ୍ରମ କରିବା ସହ ପିଲା ବି ପରିଶ୍ରମ କରୁଛନ୍ତି । ସରକାର ଆଶାୟୀ ଚାକିରିଆଙ୍କ ସହ ଏପରି ଖେଳ ନ ଖେଳନ୍ତୁ ବୋଲି କଂଗ୍ରେସ କହିଛି । ବିରୋଧୀଙ୍କ ପ୍ରଶ୍ନରେ ଜବାବ ରଖିଛନ୍ତି ବିଜେପି ବିଧାୟକ । କହିଛନ୍ତି, ବିଜେଡି ସମୟରେ ପରୀକ୍ଷା ଅନିୟମିତତା ହେଉଥିଲା । ନବୀନ ପଟ୍ଟନାୟକ ବୋଧେ ଚାହୁଁଛନ୍ତି ଏବେ ସେମିତି ହେଉ । ସ୍ୱଚ୍ଛ ପରୀକ୍ଷା ସରକାର କରିବାକୁ ଚାହୁଁଛନ୍ତି। ନବୀନ ପଟ୍ଟନାୟକ ବିଚଳିତ ଯେ ତାଙ୍କ ଦଳର ଭବିଷ୍ୟତ ଅନ୍ଧାରରେ ଅଛି ।
ସୂଚନା ଅନୁଯାୟୀ ବାରମ୍ବାର ରାଜ୍ୟରେ ବାତିଲ ହେଉଛି ନିଯୁକ୍ତି ପରୀକ୍ଷା । ଗତ ଦେଢ଼ ବର୍ଷରେ ୧୯ଟି ଏଭଳି ପରୀକ୍ଷା ବାତିଲ ହୋଇଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । କାହିଁକି ନିଯୁକ୍ତିରେ ହେଉଛି ଏଭଳି ବିଭ୍ରାଟ । ଗତକାଲି ଏଏନ୍ଏମ୍ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ ହେବା ଫଳରେ ପରୀକ୍ଷା ବାତିଲ ହୋଇଛି । ଗତ କିଛି ଦିନରେ ଏଭଳି ଅନେକ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ସବୁ ଦେଖିବାକୁ ମିଳିଛି । ଏସ୍ଆଇ ପରୀକ୍ଷା ଠାରୁ ଆରମ୍ଭ କରି ଓଡ଼ିଶା ହାଇକୋର୍ଟ ନିଯୁକ୍ତି ପରୀକ୍ଷା ।
ଓଟିଇଟି ପରୀକ୍ଷା ଠାରୁ ନେଇ ଓଏସ୍ଏସ୍ଏସ୍ସି ପରୀକ୍ଷାରେ ଦେଖିବାକୁ ମିଳିଛି ବ୍ୟାପକ ଅନିୟମିତତା। ଯାହା ଫଳରେ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ସେପଟେ ପରୀକ୍ଷା ପାଇଁ ପାଠ ପଢା ସରିଥିଲା । ବାସ୍ ବହି ଉପରେ ଶେଷଥର ପାଇଁ ନଜର ବୁଲାଉଥିଲେ ଛାତ୍ରଛାତ୍ରୀ। ହେଲେ ଖବର ଆସିଲା, ପ୍ରଶ୍ନପତ୍ର ଭାଇରାଲ ହୋଇଛି । ପରୀକ୍ଷା ବାତିଲ । ଏକଥା ଶୁଣିବା ପରେ ଛାତ୍ରଛାତ୍ରୀଙ୍କ ଆଖିରୁ ଲୁହ ଶୁଖୁନି । ଅନ୍ୟପଟେ ପ୍ରଶ୍ନପତ୍ର ଲିକକୁ ନେଇ ଗୃହରେ ହୋ ହଲ୍ଲା କରିଛନ୍ତି ବିରୋଧୀ । ବାଚସ୍ପତିଙ୍କ ରୁଲିଂ ଦାବି କରି ଶାସକ ଦଳକୁ ମାରିଛନ୍ତି ତେରଛା ବାଣ । ଦିନ ୨ଟାରେ ହୋଇଥାନ୍ତା ଏଏନଏମ୍ ପରୀକ୍ଷା, ହେଲେ ୧୧ଟାରୁ ମାର୍କେଟରେ ବୁଲିଲା ପ୍ରଶ୍ନପତ୍ର। ଆଉ ଅଭିଯୋଗ ପରେ ବାତିଲ ହେଲା ଦ୍ବିତୀୟ ବର୍ଷର ପ୍ରଥମ ପରୀକ୍ଷା ।
ହେଲେ ମାଲକାନଗିରରେ ପରୀକ୍ଷା ଆରମ୍ଭ ହୋଇଯାଇଥିଲା। ହଲରେ ବସି ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ। କିନ୍ତୁ ୧୫ ମିନିଟ୍ ପରେ ହଠାତ୍ ଉତ୍ତର ଖାତା ଛଡ଼ାଇନେଲେ ପରୀକ୍ଷକ । ପରୀକ୍ଷା ନଦେଇପାରିବାରୁ କାନ୍ଦି କାନ୍ଦି ନୟାନ୍ତ ହୋଇଛନ୍ତି ଛାତ୍ରଛାତ୍ରୀ । ଅନ୍ୟପଟେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରକାରୀ ଏଏନଏମ୍ କଲେଜ ଅଧ୍ୟକ୍ଷା ।
ଏଏନଏମ୍ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗକୁ ନେଇ ବିଧାନସଭାରେ ତମ୍ବିତୋଫାନ ହୋଇଛି । ବାଚସ୍ପତିଙ୍କ ରୁଲିଂ ଦାବି କରି ଗୃହରେ ନାରାବାଜି କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ। ପଏଣ୍ଟ ଅଫ୍ ଅର୍ଡର ଜରିଆରେ ପ୍ରଶ୍ନପତ୍ର ଭାଇରାଲ ଘଟଣା ଉଠାଇଛନ୍ତି ବିରୋଧୀ ବିଧାୟକ। କହିଛନ୍ତି, ପ୍ରଶ୍ନପତ୍ର ଭାଇରାଲ୍ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ଦିଆଯାଉଛି ।
ପୂର୍ବରୁ ମଧ୍ୟ ଅନେକ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଅପବାଦ ମୁଣ୍ଡାଇଛନ୍ତି ସରକାର। ଏପରିକି ପରୀକ୍ଷା ବାତିଲ ମଧ୍ୟ ହୋଇଛି। ହେଲେ ପ୍ରଶ୍ନ ଉଠୁଛି, କାହିଁକି ବାରମ୍ବାର ଭାଇରାଲ୍ ହେଉଛି ପ୍ରଶ୍ନପତ୍ର? ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛି କିଏ? ପ୍ରଶ୍ନପତ୍ର ଭାଇରାଲର ପ୍ରଚ୍ଛଦପଟରେ କିଏ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/06/1234556-2025-12-06-11-39-46.jpg)