କନକ ବ୍ୟୁରୋ: କୁନି ଝିଅର ଅଛି ମାଳ ମାଳ ଅଭିଯୋଗ । ସରକାରୀ ସ୍କୁଲରେ ବି ହେଉଛି ବିଦ୍ୟୁତ କାଟ୍, ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ । ନା ପାଠ ପଢ଼ି ପାରୁଛନ୍ତି ନା ମଧ୍ୟାହ୍ନ ଭୋଜନ ଖାଇ ପାରୁଛନ୍ତି । ଏମିତି କି ଖାଇବା ତ ଦୂରର କଥା ଟିକେ ଶୁଦ୍ଧ ପାଣି ବି ପିଇ ପାରୁନାହାନ୍ତି ପିଲାମାନେ । କାମାକ୍ଷାନଗର ବାଇସିଙ୍ଗା ପ୍ରାଥମିକ ବିଦ୍ୟାଳୟ । ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୧୫୮ ଜଣ ପିଲା ପାଠ ପଢ଼ୁଥିବାବେଳେ ବାଲ୍ ବାଟିକାର ୨୬ଜଣ ପଢ଼ନ୍ତି । ବିଡ଼ମ୍ବନାର ବିଷୟ ହେଲା ଆଜକୁ ପ୍ରାୟ ୧୫ଦିନ ହେଲାଣି ବିଦ୍ୟାଳୟରୁ ବିଦ୍ୟୁତ୍ କାଟ୍ କରାଯାଇଛି । ପୂର୍ବରୁ ବିଜୁଳି ସମସ୍ୟା ନଥିବାବେଳେ କିଛି ମାସ ହେବ ଅର୍ଥାତ୍ ଯେବେଠୁ ବିଦ୍ୟୁତ୍ ବିଭାଗ ସ୍ମାର୍ଟ ମିଟର ଲଗାଛି ସେବେଠୁ ଲୁଚକାଳି ଖେଳୁଛି ଲାଇନ୍ ।
ଖାଲି ଏତିକି ନୁହେଁ ସ୍କୁଲ ପରିସରରେ ଥିବା ନଳକୂପରୁ ଗୋଳିଆ ପାଣି ବାହାରୁଛି । ଯାହା ଫଳରେ ସ୍କୁଲରେ ପିଲାମାନଙ୍କୁ ପାଣି ପିଇବାକୁ ମିଳୁନି । ସ୍ମାର୍ଟ ସ୍କୁଲ କେବଳ ନାଁ ରେ ରହିଯାଇଛି । କାରଣ ବିଜୁଳି ବିନା ସ୍ମାର୍ଟ କଳାପଟା ବନ୍ଦ ପଡ଼ିଥିବାବେଳେ ଫ୍ୟାନ୍ ବି ବୁଲୁନି । ଯାହାଫଳରେ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ ।
ବଡ଼କଥା ହେଉଛି ବକେୟା ବିଜୁଳି ବିଲ୍ ପାଇଁ ବିଦ୍ୟୁତ୍ ସେବାରୁ ବଞ୍ଚିତ ହେଉଛନ୍ତି ସ୍କୁଲ ପିଲା । ଏବେ ସରକାରୀ ବିଦ୍ୟାଳୟର ବକେୟା ବିଜୁଳି ବିଲ୍ କିଏ ଓ କେବେ ଭରିବ ତାହାକୁ ନେଇ ପ୍ରଶ୍ନ । ଗୋଟିଏ ହାତରେ ତ କେବେ ତାଳି ବାଜେନି । ବିଜୁଳି ବିଭାଗ ସ୍ମାର୍ଟ ମିଟର ବସାଇ ସରକାରୀ ଶିକ୍ଷାନୁଷ୍ଠାନରୁ ବିଦ୍ୟୁତ କାଟିବା କେତେଦୂର ଠିକ୍? ପିଲାଙ୍କ ଭବିଷ୍ୟତ ସହ ଖେଳିବା କେତେ ଯୁକ୍ତଯୁକ୍ତ ?
ଅଧିକ ପଢ଼ନ୍ତୁ : ସବୁ ଜାଳିଦେଲା କିନ୍ତୁ ଜଗାକୁ ଦେଖି ମୁଣ୍ଡ ନୁଆଁଇଲା ନିଆଁ, ଭୟଙ୍କର ଅଗ୍ନିକାଣ୍ଡ ଭିତରେ କାଳିଆକୁ ଦେଖି କାନ୍ଦି ପକାଇଲେ ଅଗ୍ନିଶମବାହିନୀ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/22/smart-meter-and-school-2025-11-22-12-34-33.jpg)