ଶୀତ ସହ ବଢ଼ୁଛି ଶୀତବସ୍ତ୍ରର ବେପାର, ଭୁବନେଶ୍ୱରରେ ରାଜସ୍ଥାନ ଓ କୋଲକାତା ବେପାରୀଙ୍କ ଭିଡ଼

Advertisment

ଟ୍ରେଣ୍ଡ୍‌ରେ ନୂଆନୂଆ ଡିଜାଇନ । ସପିଙ୍ଗ୍ ମଲ ଅପେକ୍ଷା ରାସ୍ତକଡ଼ ଦୋକାନରୁ ଶୀତବସ୍ତ୍ର କିଣିବାକୁ ପସନ୍ଦ କରୁଛନ୍ତି ଲୋକ ।

ଟ୍ରେଣ୍ଡ୍‌ରେ ନୂଆନୂଆ ଡିଜାଇନ । ସପିଙ୍ଗ୍ ମଲ ଅପେକ୍ଷା ରାସ୍ତକଡ଼ ଦୋକାନରୁ ଶୀତବସ୍ତ୍ର କିଣିବାକୁ ପସନ୍ଦ କରୁଛନ୍ତି ଲୋକ ।

winter jacket

winter jacket Photograph: (KanakNews)

କନକ ବ୍ୟୁରୋ:  ହାଡ଼ଭଙ୍ଗା ଜାଡ଼ରେ ଥରୁଛି ଓଡ଼ିଶା । ଆଉ ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ଭଳିକିଭଳି ଶୀତବସ୍ତ୍ର ପରିଧାନ କରୁଛନ୍ତି । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି କଲିକତା ଓ ରାଜସ୍ଥାନର ବ୍ୟବସାୟୀ ମାନେ ରାଜଧାନୀର ରାସ୍ତାକଡ଼ରେ ପସରା ମେଲାଇ ବସିଛନ୍ତି । ବଡ଼ବଡ଼ ସପିଂ ମଲ ଅପେକ୍ଷା ଏହି ଶୀତ ବସ୍ତ୍ର ବଜାରରେ ଲୋକଙ୍କ ଭିଡ଼ ଲାଗୁଛି । ଶୀତ ୪ ମାସ ବ୍ୟବସାୟ କରି ବର୍ଷକ ପାଇଁ ଅର୍ଥ ସଂଚୟ କରନ୍ତି ବ୍ୟବସାୟୀ ।

ଅଧିକ ପଢନ୍ତୁ: ଅଙ୍ଗନବାଡ଼ିରେ ଦୁର୍ନୀତିର ଗନ୍ଧ! ନିମ୍ନମାନର ଶୀତବସ୍ତ୍ର ବଣ୍ଟନ ଅଭିଯୋଗ

ବିଭିନ୍ନ ପ୍ରକାରର ଶାଲ, ସ୍ବେଟର, ଜ୍ୟାକେଟ୍‌, ମଫଲର, ଟୋପି ଓ ବଜାରରେ ଟ୍ରେଣ୍ଡ ପାଲଟିଥିବା ସୁନ୍ଦର ଶୀତବସ୍ତ୍ର ସୁଲଭ ମୂଲ୍ୟରେ ମିଳୁଥିବାରୁ ଲୋକମାନେ ଖୁସିରେ କିଣିନେଉଛନ୍ତି । ଶୀତ ବଢ଼ିବା ସହ ବ୍ୟବସାୟ ମଧ୍ୟ ବଢ଼ୁଛି । ପ୍ରତିବର୍ଷ ପରି ଏଥର ବି ରସୁଲଗଡ଼ ଏବଂ ଏକ ନମ୍ବର ମାର୍କେଟ ପାଖରେ ଶୀତ ବସ୍ତ୍ରର ବଜାର ଖୋଲିଛି । ରାଜ୍ୟ ଏବଂ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ଆସି ଭଲଦାମ୍‌ରେ ଶୀତବସ୍ତ୍ର ବିକ୍ରି କରୁଛନ୍ତି ।   ବଜାରକୁ ଅସିଥିବା ନୂଆ ନୂଆ ଟ୍ରେଣ୍ଡର ଶୀତବସ୍ତ୍ର ଯୁବପିଢ଼ିଙ୍କୁ ଆକୃଷ୍ଟ କରୁଛି । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe