କନକ ବ୍ୟୁରୋ: ଶିଶୁମାନେ ହେଲେ ଦେଶର ଭବିଷ୍ୟତ । ସେମାନଙ୍କ ପାଇଁ ଶିଶୁ ବାଟିକା, ଅଙ୍ଗନବାଡ଼ି କେନ୍ଦ୍ର ରହିଛି । ଏହି କେନ୍ଦ୍ର ଜରିଆରେ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ବସ୍ତ୍ର, ଶିକ୍ଷା ବ୍ୟବସ୍ଥା କରାଯାଇଛି । ମାତ୍ର ଏମାନଙ୍କ ପାଇଁ ଆସୁଥିବା ଯୋଜନାକୁ ବାଟବଣା କରୁଛନ୍ତି କିଛି ଅସାଧୁ କର୍ମଚାରୀ । ଖୋର୍ଦ୍ଧା ବୋଲଗଡ଼ରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଶୀତ ବସ୍ତ୍ର ଟଙ୍କାକୁ ବିଭାଗୀୟ ବାବୁ ଆତ୍ମସାତ କରୁଥିବା ଅଭିଯୋଗ ଆସିଛି । ଆଉ ଏହି ଅଭିଯୋଗକୁ ସ୍ବୀକାର କରିଛନ୍ତି ସିଡିଏମ୍‌ଓ ।

Advertisment

ଟାଟାକୁ ଟା ଟା! ଢେଙ୍କାନାଳରେ ଦାନା ବାନ୍ଧୁଛି ଜନଆନ୍ଦୋଳନ

ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରତି ଅଙ୍ଗନବାଡ଼ିରେ ଯୋଗାଇ ଦିଆଯାଉଛି ଶୀତ ବସ୍ତ୍ର । ଏଥିପାଇଁ ଅଙ୍ଗନବାଡ଼ି କମିଟି ଆକାଉଣ୍ଟକୁ ପିଲାଙ୍କ ପିଛା ଆସୁଛି ୧୫୦ ଟଙ୍କା । ପିଲାଙ୍କ ମାପ ଅନୁସାରେ ପୋଷାକ କିଣିବା ବ୍ୟବସ୍ଥା ରହିଛି । ହେଲେ ୬୦ରୁ ୭୦ ଟଙ୍କାର ନିମ୍ନମାନର ବସ୍ତ୍ର କିଣି ଟଙ୍କା ହଡ଼ପ ଅଭିଯୋଗ ଆସିଛି । କେଉଁଠି ପିଲାଙ୍କୁ ଡ୍ରେସ୍‌ ହେଉନି, ଆଉ କେଉଁଠି ଆବଶ୍ୟକ ଅନୁସାରେ ଶୀତ ବସ୍ତ୍ର ମିଳୁନି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକା ଆସିଛି ଏହି ଘୋଟାଲାର ଚିତ୍ର ।

ବୋଲଗଡ଼ ବ୍ଲକରେ ରହିଛି ୧୨୮ ଅଙ୍ଗନବାଡ଼ି କେନ୍ଦ୍ର । ଯେଉଁଥିରେ ପଢୁଛନ୍ତି ୩୨ ଶହରୁ ଅଧିକ ଛାତ୍ରଛାତ୍ରୀ । ପିଲାଙ୍କୁ ନିମ୍ନମାନର ବସ୍ତ୍ର ଯୋଗାଇବା କଥାକୁ ସ୍ବୀକାର କରିଛନ୍ତି ସିଡିପିଓ । ଉଚ୍ଚ ସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ମୌଖିକ ଭାବେ ମାଳମାଳ ଅଭିଯୋଗ ଥିବା ବେଳେ କ୍ୟାମେରା ଆଗରେ ଅଧିକାରୀଙ୍କ ବିରୋଧରେ କହିବାର ସାହସ କରୁନାହାନ୍ତି ବିଭିନ୍ନ କେନ୍ଦ୍ରର କର୍ମଚାରୀ ।