ସିରିଆରେ ଆଇଏସ୍‌ଆଇଏସ୍‌ ବିରୋଧରେ ଆମେରିକାର ବଡ଼ ସୈନ୍ୟ ଅଭିଯାନ,  ଆତଙ୍କୀ ସଙ୍ଗଠନର ୭୦ଟି ଠିକଣା ଉପରେ ଏୟାର ଷ୍ଟ୍ରାଇକ୍

Advertisment

ଆତଙ୍କୀ ସଙ୍ଗଠନର ୭୦ଟି ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ । ୩ ଆମେରିକୀୟ ନାଗରିକଙ୍କ ହତ୍ୟା ପରେ ଆକ୍ରମଣ

ଆତଙ୍କୀ ସଙ୍ଗଠନର ୭୦ଟି ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ । ୩ ଆମେରିକୀୟ ନାଗରିକଙ୍କ ହତ୍ୟା ପରେ ଆକ୍ରମଣ

US launches strikes

US launches strikes Photograph: (KanakNews)

କନକ ବ୍ୟୁରୋ;  ସିରିଆ ଉପରେ ଆମେରିକାର ବଡ଼ ଏୟାରଷ୍ଟ୍ରାଇକ, ୭୦ରୁ ଉର୍ଦ୍ଧ୍ବ ଆତଙ୍କୀ ଠିକଣା ଧ୍ବସ୍ତବିଧ୍ବସ୍ତ। ଏଥିରେ ଆତଙ୍କବାଦୀ ଆଡ୍ଡା, ଅସ୍ତ୍ରଶସ୍ତ୍ର ସଂରକ୍ଷଣ ସୁବିଧା ଏବଂ ତାଲିମ ଘାଟି ଅନ୍ତର୍ଭୁକ୍ତ। ଦୁଇ ସୈନିକ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ସାମରିକ ଅଭିଯାନ ଆରମ୍ଭ କରିଛି ଆମେରିକା । ପରିସ୍ଥିତି ଦେଖି ଆଗାମୀ ଦିନରେ ଆହୁରି ସାମରିକ କାର୍ଯ୍ୟାନୁଷ୍ଠାନ କରାଯାଇପାରେ ବୋଲି ପେଣ୍ଟାଗନ ସୂଚନା ଦେଇଛି। ଡିସେମ୍ବର ୧୩ତାରିଖରେ ସିରିଆରେ ଏକ ଆମେରିକୀୟ ସାମରିକ ଘାଟି ଉପରେ ହୋଇଥିଲା ଆକ୍ରମଣ। ଯେଉଁଥିରେ ଦୁଇ ଆମେରିକୀୟ ସୈନିକ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା ।

ଅଧିକ ପଢନ୍ତୁ :  ଧର୍ମଶାଳାରେ ଖଣ୍ଡଯୁଦ୍ଧ; କମ୍ପୁଛି ଭୁବନେଶ୍ୱରରୁ ଯାଜପୁର

ତିନି ଜଣ ସୈନିକ ଗୁରୁତର ଆହତ ହୋଇଥିଲେ । ଆକ୍ରମଣର ଜବାବରେ ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ପେଣ୍ଟାଗନ୍ । ଏହି ଅପରେସନରେ ଆମେରିକା ଏବଂ ଏହାର ସହଯୋଗୀ ଦେଶ ମାନେ ସାମରିକ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆକ୍ରମଣରେ ଏଫ-୧୫ ଇଗଲ୍ ଫାଇଟର୍‌ ଜେଟ୍, ଏ-୧୦ ଥଣ୍ଡରବୋଲ୍ଟ ବିମାନ, ଏଏଚ୍-୬୦ ଆପାଚେ ହେଲିକପ୍ଟର ଏବଂ ହିମାର୍ସ ରକେଟ୍ ସିଷ୍ଟମ ବ୍ୟବହାର କରାଯାଇଥିଲା । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଆମେରିକା ଉପରେ ଆକ୍ରମଣ କିମ୍ବା ଧମକ ଦେବାକୁ ଚେଷ୍ଟା କରୁଥିବା ଯେକୌଣସି ଆତଙ୍କବାଦୀ ସଂଗଠନ ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ଜବାବର ସମ୍ମୁଖୀନ ହେବେ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe