ଚୁଲିକୁ ଗଲାଣି ପରିବହନ ବ୍ୟବସ୍ଥା,  ଟ୍ରାଫିକ୍ ଯନ୍ତ୍ରଣାରେ କଲବଲ ରାଜଧାନୀ

Advertisment

ଜାମ୍... ଜାମ୍... ଜାମ୍... । ଦିନ ୯ ରୁ ୧୨, ସନ୍ଧ୍ୟା ୫ ରୁ ରାତି ୧୧ । ଜାମ୍ ହୋଇଯାଉଛି ରାଜଧାନୀ । ଅସମ୍ଭାଳ ଭିଡ଼ରେ ଅଣନିଶ୍ୱାସୀ ଭୁବନେଶ୍ୱର । ଗାଡ଼ି ମୋଟରରେ ଉଛୁଳି ପଡ଼ୁଛି ଅଧିକାଂଶ ମୁଖ୍ୟ ସଡ଼କ ।

ଜାମ୍... ଜାମ୍... ଜାମ୍... । ଦିନ ୯ ରୁ ୧୨, ସନ୍ଧ୍ୟା ୫ ରୁ ରାତି ୧୧ । ଜାମ୍ ହୋଇଯାଉଛି ରାଜଧାନୀ । ଅସମ୍ଭାଳ ଭିଡ଼ରେ ଅଣନିଶ୍ୱାସୀ ଭୁବନେଶ୍ୱର । ଗାଡ଼ି ମୋଟରରେ ଉଛୁଳି ପଡ଼ୁଛି ଅଧିକାଂଶ ମୁଖ୍ୟ ସଡ଼କ ।

Traffic jam

Traffic jam Photograph: (KanakNews)

କନକ ବ୍ୟୁରୋ:  ଜାମ୍... ଜାମ୍... ଜାମ୍... । ଦିନ ୯ ରୁ ୧୨, ସନ୍ଧ୍ୟା ୫ ରୁ ରାତି ୧୧ । ଜାମ୍ ହୋଇଯାଉଛି ରାଜଧାନୀ । ଅସମ୍ଭାଳ ଭିଡ଼ରେ ଅଣନିଶ୍ୱାସୀ ଭୁବନେଶ୍ୱର । ଗାଡ଼ି ମୋଟରରେ ଉଛୁଳି ପଡ଼ୁଛି ଅଧିକାଂଶ ମୁଖ୍ୟ ସଡ଼କ । ବିଶେଷତଃ, ଜୟଦେବ ବିହାର-ପଟିଆ ରାସ୍ତା, ଆଚାର୍ଯ୍ୟ ବିହାରରୁ ଏଜି ଛକ, ପଳାଶୁଣି-ରସୁଲଗଡ଼, ରସୁଲଗଡ଼-କଳ୍ପନା, ଶିଖରଚଣ୍ଡିରୁ ମ୍ୟାଗନେଟିକ୍ ଛକ ଏବଂ ବ୍ୟସ୍ତବହୁଳ ଜନପଥ । ବଡ଼ ବଡ଼ ସପିଂ ମଲ୍ ଓ ଦୋକାନ ବଜାର ଥିବା ଏହି ସବୁ ରାସ୍ତା ଠପ୍ ହୋଇଯାଉଛି । ଘଣ୍ଟା ଘଣ୍ଟା ଅଟକି ରହୁଛି ଯାନବାହନ । ଆମ୍ବୁଲାନ୍‌ସ ଭଳି ଜରୁରୀକାଳୀନ ଗାଡ଼ି ବି ଫସୁଛି। ଗୋଟିଏ ପଟେ ପ୍ରଦୂଷଣ ଓ ସଡ଼କ ସୁରକ୍ଷା ନାଁରେ ପରିବହନ ବିଭାଗ କଟକଣା ଓ ଜରିମାନା ଲଗାଇ ଚାଲିଥିବା ବେଳେ, ଅନ୍ୟପଟେ ଟ୍ରାଫିକ୍ ଜାମ୍ ଯୋଗୁ ଘଣ୍ଟା ଘଣ୍ଟା ଗାଡ଼ି ଅଟକି ବଢ଼ୁଥିବା ପ୍ରଦୂଷଣ ପ୍ରତି ବୋଧେ ଆଖି ବୁଜିଦେଇଛି । 

 ଅଧିକ ପଢନ୍ତୁ: ରାଜଧାନୀ ପାଇଁ ଅଭିଶାପ ପାଲଟିଛି କି ଫ୍ଲାଏ ଓଭର ; ଟ୍ରାଫିକ ଜାମ୍‌ କରୁଛି ନାକେଦମ

ଭୁବନେଶ୍ୱରରେ ଜନସଂଖ୍ୟା ସହ ବଢ଼ୁଛି ଗାଡ଼ି ସଂଖ୍ୟା । ହେଲେ ସେହି ଅନୁପାତରେ ଆଗେଇବା ତ ଦୂରର କଥା, ଆଣ୍ଠେଇ ପଡ଼ୁଛି ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା! ଛୁଟି ଦିନ ଓ ପର୍ବପର୍ବାଣୀ ବେଳର ଦହଗଞ୍ଜ କଥା ନକହିବା ଭଲ । ଲେନ୍ ଡ୍ରାଇଭିଂ, ଭାରିଯାନ କଟକଣା, ଆମ୍ୱୁଲାନ୍‌ସ କରିଡର୍ ଆଦି ଫାଇଲରେ ବନ୍ଧା ପଡ଼ିଛି । ଅବୈଧ ପାର୍କିଂ ଓ ଡ୍ରେନ୍‌ ଖୋଳା ପାଇଁ ରାସ୍ତା ସଂକୁଚିତ ହେଉଛି । ଜୟଦେବ ବିହାର-ପଟିଆ ରାସ୍ତା ଭିଡ଼ କମାଇବାକୁ ଇନଫୋସିଟି ଦେଇ ବିକଳ୍ପ ରାସ୍ତା ତିଆରି ହୋଇଥିଲେ ବି, ତାହା ଏବେ ବି ଗ୍ରହଣୀୟ ହୋଇପାରିନି । ଟ୍ରାଫିକ୍ ସମସ୍ୟା ଉତ୍କଟ ହେବା ପଛରେ ବିଭାଗ ମଧ୍ୟରେ ସମନ୍ୱୟ ନରହିବାକୁ ଦାୟୀ କରିଛନ୍ତି ବିଶେଷଜ୍ଞ ।  ଟ୍ରାଫିକ୍ ଯନ୍ତ୍ରଣା ଯେଉଁଭଳି ଭାବେ ବଢ଼ିଚାଲିଛି, ଏବେ ଠୁ ଦୃଷ୍ଟି ନଦେଲେ ଆଗକୁ ପ୍ଲାନ୍‌ଡ ସିଟି ଭୁବନେଶ୍ୱର ବି ବେଙ୍ଗଳୁରୁ ଓ ଦିଲ୍ଲୀ ଭଳି ଦୁର୍ନାମ ମୁଣ୍ଡାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe