destroying Photograph: (KanakNews)
କନକ ବ୍ୟୁରୋ: ଜୁଆର ମାଡ଼ରେ ଧୋଇଗଲା ତାଳସାରି ଜେଟିର ପାଣି ଟାଙ୍କି ସହ ୪ଟି ଦୋକାନ ଗୃହ । ଭୟରେ ମତ୍ସ୍ୟଜୀବୀ, ବ୍ୟବସାୟୀ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିର ଥିବା ମତ୍ସ୍ୟବତରଣ କେନ୍ଦ୍ରଟି ସମୁଦ୍ରର ଉଚ୍ଚ ଜୁଆର ମାଡ଼ରେ ଧ୍ବସ୍ତବିଧ୍ୱସ୍ତ ହୋଇଛି l ପୂର୍ବରୁ ୪ଟି ଦୋକାନ ଗୃହ ଓ ଶୌଚାଳୟକୁ ସମୁଦ୍ର ଟାଣି ନେଇ ଯାଇଥିବା ବେଳେ ପୁଣି ପାଣି ଟାଙ୍କି ସମେତ ୩ ଟି ଦୋକାନ ଗୃହ ଧୋଇଯିବାର ଦେଖିବାକୁ ମିଳିଛି l
ଇଞ୍ଜିନିୟରିଂ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା, କଲେଜରେ ଛାତ୍ରଙ୍କ ଭଙ୍ଗାରୁଜା
ଫଳରେ ପର୍ଯ୍ୟଟକ, ମତ୍ସ୍ୟଜୀବୀ, ହୋଟେଲ ମାଲିକଙ୍କ ସହ ଗାଁ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ତାଳସାରୀ ଠାରେ ମତ୍ସ୍ୟଜୀବୀ ଓ ଗ୍ରାମବାସୀର ବିକାଶ ପାଇଁ ୨୦୦୩ରେ କୋଟି କୋଟି ଟଙ୍କାରେ ଏହି ଜେଟିର ନିର୍ମାଣ କରାଯାଇଥିଲା । ହେଲେ ପ୍ରଶାସନର ଅବହେଳା ଯୋଗୁ ଜେଟିର ଏପରି ଅବସ୍ଥା ହୋଇଥିବା ଅଭିଯୋଗ କରାଯାଇଛି ।
Follow Us