କନକ ବ୍ୟୁରୋ: ଛାତ୍ର ମୃତ୍ୟୁ ନେଇ ଇଞ୍ଜିନିୟରଂ କଲେଜରେ ଉତ୍ତେଜନା । ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ କଲେଜ ଫାଟକ ସମୁଖରେ ଉତେଜନା । ଇନ୍ଫୋଭାଲି ଥାନା ମଦନପୁର ରେ ଥିବା ଏକ ଜିଇସି ଇଞ୍ଜିନିୟରିଂ କଲେଜ ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ହେଉଛନ୍ତି ବିଟେକ ପ୍ରଥମ ବର୍ଷର ସତ୍ୟ ସାରଥି ଦାସ । ଝୁଲନ୍ତା ଅବସ୍ଥାରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ପୁଲିସ ।
ଆଜିଠୁ ରୋଡ୍ କଂଗ୍ରେସର ମହାକୁମ୍ଭ, ଯୋଗଦେବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ
ରୁମ ଭିତର ପଟୁ ବନ୍ଦ ଥିବା ବେଳେ ସେଠାରୁ ଏକ ସୂଈସାଇଡ ନୋଟ ଜବତ କରିଛି ପୋଲିସ । କିନ୍ତୁ କଲେଜ ପକ୍ଷରୁ ମାନସିକ ଚାପ ପଡୁଥିବା କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗ କରି କଲେଜ ଭଙ୍ଗାରୁଜା କରିଛନ୍ତି ଛାତ୍ରଛାତ୍ରୀ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ କଲେଜର ପୁଲିସ ମୁତୟନ ହୋଇଛନ୍ତି । କବାଟ ଭାଙ୍ଗି ବନ୍ଦ ଘର ଭିତରେ ପଶି ଛାତ୍ରଙ୍କ ମୃତ ଶରୀର ଉଦ୍ଧାର କରିଛି ପୁଲିସ । ଛାତ୍ରଙ୍କ ମୃତ୍ୟୁକୁ ନେଇ କଲେଜରେ ଚାପା ଉତେଜନା ଲାଗି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/07/12-2025-11-07-08-34-11.jpg)