କାଟୁଛି ତଣ୍ଟି, ସାଜୁଛି କାଳ : ଘାତକ ହେଉଛି ମାଞ୍ଜା ସୂତା

Advertisment

କାଟୁଛି ତଣ୍ଟି, ସାଜୁଛି କାଳ ।  ଘାତକ ହେଉଛି ମାଞ୍ଜା ସୂତା । ପର୍ଯ୍ୟଟନ ସହରରେ ମୃତ୍ୟୁର ଫାଶ । ପ୍ରତିଦିନ ମାଞ୍ଜା ସୂତାରେ କଟୁଛି ବେକ । ଆହତ ହେଉଛନ୍ତି ଯାତ୍ରୀ, ପର୍ଯ୍ୟଟକ ।

କାଟୁଛି ତଣ୍ଟି, ସାଜୁଛି କାଳ ।  ଘାତକ ହେଉଛି ମାଞ୍ଜା ସୂତା । ପର୍ଯ୍ୟଟନ ସହରରେ ମୃତ୍ୟୁର ଫାଶ । ପ୍ରତିଦିନ ମାଞ୍ଜା ସୂତାରେ କଟୁଛି ବେକ । ଆହତ ହେଉଛନ୍ତି ଯାତ୍ରୀ, ପର୍ଯ୍ୟଟକ ।

Screenshot 2026-01-16 164201

Photograph: (KANAKNEWS)

କନକବ୍ୟୁରୋ : କାଟୁଛି ତଣ୍ଟି, ସାଜୁଛି କାଳ ।  ଘାତକ ହେଉଛି ମାଞ୍ଜା ସୂତା । ପର୍ଯ୍ୟଟନ ସହରରେ ମୃତ୍ୟୁର ଫାଶ । ପ୍ରତିଦିନ ମାଞ୍ଜା ସୂତାରେ କଟୁଛି ବେକ । ଆହତ ହେଉଛନ୍ତି ଯାତ୍ରୀ, ପର୍ଯ୍ୟଟକ ।  ପ୍ରାଣଘାତୀ ମାଞ୍ଜା ସୂତାକୁ ନେଇ ରାଜ୍ୟରେ ଧରପଗଡ଼ ଜୋରଦାର ହେଉଛନ୍ତି ।  କଟକ, ଭୁବନେଶ୍ବର, ପୁରୀରେ ପୁଲିସ ସ୍ପେଶାଲ୍ ଡ୍ରାଇଭ କରି ବିଭିନ୍ନ ଦୋକାନରେ ପଞ୍ଝା ମାରିଛି । ବେଆଇନ ମାଞ୍ଜା ସୂତା କି ଏଥିରେ ଗୁଡ଼ି ତିଆରି କରି ବିକ୍ରି କଲେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାଉଛି। ହେଲେ ଫଳ କିନ୍ତୁ ଶୂନ।

ପିଲାଙ୍କ ଜୀବନ ନେଉଛି ପ୍ୟାକେଟ୍ ଖାଦ୍ୟ : ଗ୍ରାମବାସୀଙ୍କ ଦାବି ତୁରନ୍ତ ବନ୍ଦ କରନ୍ତୁ ବେନାମୀ କମ୍ପାନୀ

ରାଜଧାନୀ ଭୁବନେଶ୍ବର ସମେତ କଟକ ଏବଂ ପୁରୀରେ ବି ମାଞ୍ଜା ସୂତା ଆତଙ୍କ ।  ଗତକାଲି କଟକରେ ମାଞ୍ଜା ସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଥିଲେ। ସେହିଭଳି କାଲି ରାତିରେ ପୁରୀରେ ବି ପୁଣି ଘଟିଛି ମାଞ୍ଜା ଅଘଟଣ ।  ବଡ଼ଦାଣ୍ଡରେ ଗୁଡ଼ି ସୂତାରେ ଜଣେ ପର୍ଯ୍ୟଟକ ଆହତ ହୋଇଛନ୍ତି । ଶ୍ରୀନଅର ସମ୍ମୁଖରେ ଗୁଡ଼ି ସୂତା ଲାଗି ଜଣେ ପର୍ଯ୍ୟଟକ ଆହତ ହେବା ସହ ଦୁଇ ଜଣ ବାଇକ ଆରୋହୀ ବି ଗାଡ଼ିରୁ ଖସିପଡ଼ିଥିଲେ । ପୂର୍ବରୁ ମଧ୍ୟ କିଛି ଦିନ ତଳେ ପୁରୀରେ ମାଞ୍ଜା ସୂତା ଲାଗି ପର୍ଯ୍ୟଟକ ଆହତ ହୋଇଥିଲେ ।  କଟକରେ ଚଳିତ ବର୍ଷ ମାଞ୍ଜା ସୂତାରେ ୫ରୁ ଅଧିକ ଆହତ ହୋଇଥିବା ବେଳେ ପୁରୀରେ ମଧ୍ୟ କିଛି ଦିନ ଭିତରେ ମାଞ୍ଜା ଲାଗି ୫ ଜଣ ଆହତ ହୋଇଥିବା ସୂଚନା ରହିଛି । 
ଏଠି ପ୍ରଶ୍ନ ଉଠୁଛି, 
ପୁଲିସର ତାଗିଦ ସତ୍ତ୍ବେ କେମିତି ମିଳୁଛି ବେଆଇନ ମାଞ୍ଜା ସୂତା?
କେଉଁଠୁ ଆସୁଛି ପ୍ରାଣ ଘାତକ ମାଞ୍ଜା ସୂତା?
କଟକଣା ପରେ ବି ବଜାରରେ କେମିତି ମିଳୁଛି ମାଞ୍ଜା?
ପ୍ରଶାସନ ନାକ ତଳେ ମାଞ୍ଜା ବେପାର ଚାଲୁଛି, କେମିତି ଜାଣିପାରୁନାହାନ୍ତି କେହି?  
ପୁଲିସ କଟକଣାକୁ କାହିଁକି ମାନୁନାହାନ୍ତି ଲୋକେ?
କଡ଼ା କାର୍ଯ୍ୟାନୁଷ୍ଠାନର ରହିଛି କି ଆବଶ୍ୟକତା?
ମାଞ୍ଜ ସୂତା ବିକୁଥିବା ଲୋକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କେବେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe