କନକବ୍ୟୁରୋ : ପିଲାଙ୍କ ଜୀବନ ନେଉଛି ପ୍ୟାକେଟ୍ ଖାଦ୍ୟ, ଚିପ୍ସ ଖାଇସାରିବା ପରେ ବେଲୁନ ଫୁଙ୍କିବା ସମୟରେ ଫାଟିଯିବାରୁ ଚାଲିଗଲା ଶିଶୁର ଜୀବନ । ବେଗୁନିଆ ଜଙ୍କିଆ ଥାନା ସିକୋଫାଣ୍ଡି ଅନ୍ତର୍ଗତ ନିଧିପୁର ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ବଜାରରେ ବିକ୍ରି ହେଉଥିବା କୁରୁକୁରେ ଖାଇବା ପରେ ସେଥିରେ ଥିବା ବେଲୁନ୍  ଫୁଙ୍କୁଥିଲା ଅଭୟ ପାଇକରାୟଙ୍କ ଛୋଟ ପୁଅ ତାପସ ପାଇକରାୟ ।

Advertisment

ଜାତିସଂଘ ମଞ୍ଚର ଅପବ୍ୟବହାର କରି ବିଭାଜନକାରୀ ଏଜେଣ୍ଡା ଚଳାଉଛି ପାକିସ୍ତାନ: ଭାରତ

 ବେଲୁନ୍‌ଟି ହଠାତ୍ ଫାଟିଯାଇ ପିଲାଟିର ପାଟି ଭିତରେ ପଶି ଯାଇ ଥିଲା । ପରିବାର ଲୋକ ଚିକିତ୍ସା ନିମନ୍ତେ ବୋତଳମା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ତାପସକୁ ଭର୍ତି କରିଥିଲେ । ବହୁତ ଚେଷ୍ଟା କରିଥିଲେ ମଧ୍ୟ ତା ତଣ୍ଟିରୁ   ବେଲୁନକୁ ବାହାର କରିପାରିନଥିଲେ ଡାକ୍ତର। ଖୋର୍ଦ୍ଧାଜିଲା ମୂଖ୍ୟ ଚିକିତ୍ସାଳୟକୁ ଗୁରୁତର ଭାବେ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ଏଭଳି ବେନାମୀ କୁରୁକୁରି କମ୍ପାନୀକୁ ବଜାର କୁ ବନ୍ଦ ଓ କମ୍ପାନୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।


--