Cold wave Photograph: (KanakNews)
କନକ ବ୍ୟୁରୋ: ଶୀତ କରୁଛି କଲବଲ । ଅସୁବିଧା ବଢ଼ାଉଛି କୁହୁଡ଼ି । ସୁନ୍ଦରଗଡ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଭୀଷଣ ଶୀତର ପ୍ରକୋପ ଜାରି ରହିଥିବା ବେଳେ ରାତିର ତାପମାତ୍ରା ୮ ଡିଗ୍ରୀ ତଳେ ରହିଥିଲା । ପ୍ରବଳ ଥଣ୍ଡା ଫଳରେ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।
ଅଧିକ ପଢନ୍ତୁ:ଶୀତଦିନେ ଏମିତି ନିଅନ୍ତୁ ନିଜ ଶରୀର ର ଯତ୍ନ ..
ଅନ୍ୟପଟେ ଘନ କୁହୁଡି ଯୋଗୁଁ ରାତ୍ରିରେ ଚଳାଚଳ କରୁଥିବା ଗାଡି ଚାଳକ ମାନେ ଗାଡି ଚଳାଇବାରେ ଅସୁବିଧା ଭୋଗିଛନ୍ତି । ଲୋକେ ଥଣ୍ଡା ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ନିଆଁ ଜଳାଇ ପୁଇଁ ହେଉଥିବା ଦେଖିବାକୁ ମିଳିଛି । କୋଇଡାର ଟେନସା, କାଲଟା, ମାଲଦା, କୋଇଡା ହେଡକ୍ଵାଟର୍ସ, କାଶୀରା ପ୍ରମୁଖ ପାରଦ ଖସି ଅତ୍ୟଧିକ ମାତ୍ରାରେ ଶୀତ ଅନୁଭୂତ ହେବାର ଦେଖିବାକୁ ମିଳିଥିଲା ।
Follow Us