ବାଲେଶ୍ୱର ମେଡିକାଲରେ ବିକଳ ବ୍ୟବସ୍ଥା; ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଗର୍ଭବତୀ

ହସ୍ପିଟାଲ ଓ ମେଡ଼ିକାଲ କଲେଜ ଥାଇ ବି ପ୍ରସବ ଯନ୍ତ୍ରଣାରେ ସୁଚିଶ୍ମିତା । ଏ ହସ୍ପିଟାଲ୍ ରୁ ସେ ହସ୍ପିଟାଲ୍ ଦୌଡୁଛନ୍ତି ଗର୍ଭବତୀ । ପ୍ରସବ ଯନ୍ତ୍ରଣାରେ ସୁଚିସ୍ମିତା, କିନ୍ତୁ ହୋଇପାରୁନି ପ୍ରସବ ।

Medical

Medical Photograph: (Kanak News)

କନକ ବ୍ୟୁରୋ:  ଉତ୍ତମ ସ୍ବାସ୍ଥ୍ୟ ସେବା ମଧ୍ୟରେ ପ୍ରସବ ପାଇଁ ରହିଛି ସ୍ୱତନ୍ତ୍ର ବିଭାଗ । କିନ୍ତୁ ବାଲେଶ୍ଵର ରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । ହସ୍ପିଟାଲ ଓ ମେଡ଼ିକାଲ କଲେଜ ଥାଇ ବି ପ୍ରସବ ଯନ୍ତ୍ରଣାରେ ସୁଚିଶ୍ମିତା । ଏ ହସ୍ପିଟାଲ୍ ରୁ ସେ ହସ୍ପିଟାଲ୍ ଦୌଡୁଛନ୍ତି ଗର୍ଭବତୀ । ପ୍ରସବ ଯନ୍ତ୍ରଣାରେ ସୁଚିସ୍ମିତା, କିନ୍ତୁ ହୋଇପାରୁନି ପ୍ରସବ । ଡାକ୍ତର ପ୍ରସବ କରାଇବାକୁ ପ୍ରସ୍ତୁତ ଥିବା ବେଳେ ରାଜି ହେଉ ନାହାନ୍ତି ଆନାସ୍ତେସିଆ ଡାକ୍ତର । ଫଳରେ ମାନସିକ ଓ ଶାରୀରିକ ଯନ୍ତ୍ରଣାରେ ପ୍ରସୂତି । ଏଭଳି ସ୍ଥିତିରେ କଣ କରିବେ ବୁଝିପାରୁ ନାହାଁନ୍ତି ପରିବାର ,କେମିତି ହବ ପ୍ରସବ । ଠିକ୍ ସମୟରେ ପ୍ରସବ ନ ହେଲେ ପିଲା ପାଇଁ ରହିଛି ବିପଦ । ଏ ହସ୍ପିଟାଲ୍‌ରୁ ସେ ହସ୍ପିଟାଲ୍ ଦୌଡୁଚନ୍ତି ପ୍ରସୂତୀ । 

ଜଳେଶ୍ୱର ଅଞ୍ଚଳର ସୁଚିସ୍ମିତା ପ୍ରସବ ଯନ୍ତ୍ରଣା ହେବାରୁ ରେମୁଣା ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଓଜନ ଅଧିକା ସହ ଥାଇରଏଡ୍‌ ଓ ଉଚ୍ଚ ରକ୍ତଚାପ ଥିବାରୁ ନରମାଲ୍ ଡେଲିଭରି ସମ୍ଭବ ନୁହେଁ । ୫ ଦିନ ରଖିବା ପରେ ବି ହୋଇପାରିନଥିଲା ପ୍ରସବ । ନିରୁପାୟ ହୋଇ ବାଲେଶ୍ଵର ମେଡ଼ିକାଲକୁ ଆସିଥିଲେ ସୁଚିସ୍ମିତ । ଆନାସ୍ତେସିଆ ଡାକ୍ତର ଏକା ଥିବାରୁ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଅନାସ୍ତସିଆ ଦେଇ ହେବନି ବୋଲି କହି ହାତ ଟେକି ଦେଇଛନ୍ତି । ପୁଣି ସୁଚିସ୍ମିତାଙ୍କୁ ପୁଣି ରେମୁଣା ମେଡ଼ିକାଲ ରେଫର୍ କରାଯାଇଛି । 

ଅଧିକ ପଢ଼ନ୍ତୁ--ମୃତ୍ୟ ପରେ ବି ଅମର ; ଦାଦନ ଶ୍ରମିକଙ୍କ ଅଙ୍ଗଦାନ କଲେ ପରିବାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe