କନକ ବ୍ୟୁରୋ: ପୁଲିସ ଦେଖାଇଲା ମହାନତା । ୧୦୮ ଆମ୍ବୁଲାନ୍ସ କିମ୍ବା କାର ନ ମିଳିବାରୁ ଗର୍ଭବତୀ ମହିଳାଙ୍କୁ ପୁଲିସ ନିଜ ଭ୍ୟାନରେ ନେଇ ପହଞ୍ଚାଇଲେ ହସ୍ପିଟାଲରେ । ଏଭଳି ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଅଞ୍ଚଳରେ । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କମର୍ଦା ପୁଲିସ ପେଟ୍ରୋଲ ପକାଇବା ପାଇଁ ଜଳେଶ୍ୱର ଯାଉଥୁବା ବେଳେ ରାସ୍ତା କଡରେ ଜଣେ ମହିଳା ଜଣେ ପୁରୁଷ କାନ୍ଦୁଥିବାର ଦେଖିବାକୁ ପାଇଥିଲେ । ସଙ୍ଗେସଙ୍ଗେ ଗାଡ଼ି ଅଟକାଇ କାରଣ ବୁଝିଥିଲେ । ଘରେ ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ କଷ୍ଟ ପାଉଥିଲା ବେଳେ ୧୦୮ କିମ୍ବା କାର ମିଳି ପାରି ନଥିଲା, ଯେଉଁଥିପାଇଁ ରାସ୍ତାକୁ ଆସି କୌଣସି ଗାଡ଼ି ପାଇଁ ଅପେକ୍ଷା କରିଥିଲେ । ଘଟଣା ବୁଝିବା ପରେ ସଙ୍ଗେ ସଙ୍ଗେ ନିଜ ଭ୍ୟାନକୁ ନେଇ ଗର୍ଭବତୀ ମହିଳାଙ୍କୁ ଧରି ସ୍ଥାନୀୟ କମର୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ପ୍ରସୂତି ମହିଳା ଜଣକ କମର୍ଦା ଥାନା ବଡ଼ମନ୍ଦା ରୁଣୀ ଗ୍ରାମର ବୋଲି ଜଣାପଡ଼ିଛି ।

Advertisment