କଟକ ବାଲିଯାତ୍ରାରେ ଟଳିଗଲା ବଡ଼ ଅଘଟଣ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୭୦ ଫୁଟ ଉଚ୍ଚରେ ଅଟକି ଗଲା ଦୋଳି

ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଲୋକ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୋଳିରେ ଫସିଯାଇଥିଲେ ୮ଜଣ ବ୍ୟକ୍ତି । ୭୦ ଫୁଟ ଉପରେ ଦୋଳି ଅଟକି ଯିବାରୁ ଦୋଳିରେ ଫସି ରହିଥିବା ୮ ଜଣ ଲୋକ ଭୟରେ ଚିତ୍କାର କରିଥିଲେ ।

2

Balijatra Photograph: (KanakNews)

କନକ ବ୍ୟୁରୋ: କଟକ ବାଲିଯାତ୍ରାରେ ଏକ ବଡ଼ ଅଘଟଣ ଟଳି ଯାଇଛି । ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଲୋକ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୋଳିରେ ଫସିଯାଇଥିଲେ ୮ଜଣ ବ୍ୟକ୍ତି । ୭୦ ଫୁଟ ଉପରେ ଦୋଳି ଅଟକି ଯିବାରୁ ଦୋଳିରେ ଫସି ରହିଥିବା ୮ ଜଣ ଲୋକ ଭୟରେ ଚିତ୍କାର କରିଥିଲେ । ଫଳରେ ସେଠାରେ ଏକ ପ୍ରକାର ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଥିଲା । 

ବାଲିଯାତ୍ରାରେ ବଡ଼ ଅଘଟଣ, ୭୦ ଫୁଟ ଉଚ୍ଚ ଦୋଳିରେ ଫସିିଲେ ଲୋକେ

ତେବେ ଦୀର୍ଘ ସମୟର କସରତ ପରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବାଲିଯାତ୍ରା ତଳପଡିଆର ସ୍କ୍ରିମ ଟାୱାର ଦୋଳିରେ ଗତକାଲି ରାତିରେ ଘଟିଥିଲା ଏହି ଅଘଟଣ । ବୁଧବାର ରାତି ପ୍ରାୟ ୧୧ଟାରେ ଦୋଳିରେ ବସି ମଜା ନେଉଥିଲେ ବାଲିଯାତ୍ରା ବୁଲିବାକୁ ଆସିଥିବା ଲୋକ । ହଠାତ୍ ଦୋଳିର ମୋଟର ପୋଡ଼ିଯିବାରୁ ଦୋଳି ଜାମ ହୋଇଯାଇଥିଲା । ଫଳରେ ୭୦ ଫୁଟ ଉପରେ ଫସିଯାଇଥିଲେ ୮ ଜଣ । ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା ଉଦ୍ୟମ କରିବା ପରେ ହାଇଡ୍ରୋଲିକ ପ୍ଲାଟଫର୍ମ ସାହାଯ୍ୟରେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe