ବଢ଼ିବ କି ଅବଢ଼ା ଦର,  ସୁଆର ମହାସୁଆର ନିଯୋଗ ପକ୍ଷରୁ ମାନସମନ୍ଥନ

Advertisment

ଆନନ୍ଦ ବଜାରରେ ଥିବା ୮୫ ଅବଢ଼ା ଦୋକାନୀଙ୍କୁ ନେଇ ପ୍ରାରମ୍ଭିକ ଆଲୋଚନା ହେବା ସହ ନିଯୋଗ ଲଗାଇଛି ଘୋଷଣାନାମା । ଆସନ୍ତା ୩୦ତାରିଖରେ ବସିବ ସୁଆର ମହାସୁଆର ନିଯୋଗ ପରିଚାଳନା କମିଟି ବୈଠକ ।

ଆନନ୍ଦ ବଜାରରେ ଥିବା ୮୫ ଅବଢ଼ା ଦୋକାନୀଙ୍କୁ ନେଇ ପ୍ରାରମ୍ଭିକ ଆଲୋଚନା ହେବା ସହ ନିଯୋଗ ଲଗାଇଛି ଘୋଷଣାନାମା । ଆସନ୍ତା ୩୦ତାରିଖରେ ବସିବ ସୁଆର ମହାସୁଆର ନିଯୋଗ ପରିଚାଳନା କମିଟି ବୈଠକ ।

abhada prasad

abhada prasad Photograph: (KanakNews)

କନକ ବ୍ୟୁରୋ: ବଢ଼ିବ କି ଅବଢ଼ା ଦର ! ସୁଆର ମହାସୁଆର ନିଯୋଗର ପ୍ରାରମ୍ଭିକ ବୈଠକରେ ମାନସ ମନ୍ଥନ । ଆନନ୍ଦ ବଜାରରେ ଥିବା ୮୫ ଅବଢ଼ା ଦୋକାନୀଙ୍କୁ ନେଇ ପ୍ରାରମ୍ଭିକ ଆଲୋଚନା ହେବା ସହ ନିଯୋଗ ଲଗାଇଛି ଘୋଷଣାନାମା । ଆସନ୍ତା ୩୦ତାରିଖରେ ବସିବ ସୁଆର ମହାସୁଆର ନିଯୋଗ ପରିଚାଳନା କମିଟି ବୈଠକ । ବଜାରରେ ସାମଗ୍ରୀର ଦର ବଢ଼ୁଥିବାରୁ ଅବଢ଼ା ଦର ବୃଦ୍ଧି ନେଇ ଚିନ୍ତା କରୁଛି ନିଯୋଗ। ବର୍ଦ୍ଧିତ ଦର ସୂଚୀକୁ ପ୍ରଶାସନକୁ ହସ୍ତାନ୍ତର କରିବ ନିଯୋଗ । ଭକ୍ତଙ୍କ ଆର୍ଥିକ ସ୍ଥିତିକୁ ନଜରରେ ରଖି ସ୍ବତନ୍ତ୍ର ଓ ସାଧାରଣ, ଏଭଳି ଦୁଇ ପ୍ରକାରରେ ଅବଢ଼ା ପରସାଯିବାକୁ ଯୋଜନା ହୋଇଛି ।

ଅଧିକ ପଢନ୍ତୁ : ଖବର ବାଜିଲା, ପ୍ରଶାସନ ଚେତିଲା: ଅବଢ଼ା ହିସାବ ମାଗିଲା ଶ୍ରୀମନ୍ଦିର ପ୍ରଶାସନ

ଦୁଇଟି ପର୍ଯ୍ୟାୟ ପରେ ଲୋକଙ୍କ ପାଖରେ ପହଞ୍ଚୁଛି ଅବଢ଼ା । ଜାଳେଣି, ସଉଦା, ପାଣି, ବାଇହାଣ୍ଡି ଯୋଗାଣ ଭଳି ବିଭିନ୍ନ ସେବାଧାରୀଙ୍କ ମାଧ୍ୟମ ହୋଇ ଲୋକଙ୍କ ପାଖରେ ଅବଢ଼ା ପହଞ୍ଚି ଥାଏ । ତେଣୁ ଅବଢ଼ା ଦର ବୃଦ୍ଧିକୁ ସ୍ବାଗତ କରାଯାଉଥିଲେ ହେଁ ସାଧାରଣ ଲୋକଙ୍କ ଚାହିଦାକୁ ନଜରରେ ରଖି ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ଭକ୍ତ । ଅପରପକ୍ଷରେ ୬ ବର୍ଷ ଧରି ଆନନ୍ଦ ବଜାରରେ ଲାଗି ପାରୁନି ରେଟ୍ ଚାର୍ଟ । ୨୦୧୯ ଶ୍ରୀମନ୍ଦିର ସଂସ୍କାର କେସ୍‌ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଆନନ୍ଦ ବଜାରରେ ଦର ତାଲିକା ଲାଗିପାରୁ ନାହିଁ । ଯେଉଁଥିପାଇଁ ଦଲାଲ ଫାଇଦା ନେଉଥିବା ବେଳେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ଦର ତାଲିକା ଲାଗିବା ପୂର୍ବରୁ ସୁଆର ମହାସୁଆର ନିଯୋଗର ବୈଠକକୁ ପ୍ରାଥମିକ ପ୍ରକ୍ରିୟା ବୋଲି କୁହାଯାଉଛି । ତେବେ କେବେ ଶ୍ରୀମନ୍ଦିରରେ ଲାଗିବ ଦର ତାଲିକା ! ବର୍ଦ୍ଧିତ ଦର ଲୋକଙ୍କ ପକେଟ୍‌କୁ ସୁହାଇବ ତ, ଏହାକୁ ହିଁ ଅପେକ୍ଷା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe