କନକ ବ୍ୟୁରୋ : ଏମିତି ବି ଆସେ ଦୁଃଖ । କୁହାଯାଏ ଦୁଃଖ ଯେତେବେଳେ ଆସେ ସାଙ୍ଗ ସାଥିକୁ ନେଇ ଆସେ , ଏହାର ଜ୍ୱଳନ୍ତ ଉଦାହର ଦେଖିବାକୁ ମିଳିଛି ଆସିକା ଅଞ୍ଚଳରେ । ସତରେ ଭଗବାନ କେଡ଼େ ନିଷ୍ଠୁର । ବାପାର ଶୁଦ୍ଧିକ୍ରିୟା ନସରୁଣୁ ପୁଅକୁ ଟାଣିନେଲେ ଆରପାରିକୁ । ଏ ଘଟଣା ଯେତିକି ଦୁଃଖଦାୟକ, ସେତିକି ହୃଦୟ ବିଦାରକ । କୋକେଇ ବନ୍ଧା ଚାଲିଛି, କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ କିଏ କାହାକୁ ସାନ୍ତ୍ବନା ଦେବ, କିଏ କାହାକୁ ବୁଝାଇବ । ଏଠି ସମସ୍ତେ ନିର୍ବାକ,ଆସିକା ବ୍ଲକ ଅତରଙ୍ଗ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ଅଧିକ ପଢ଼ନ୍ତୁ--IT ଚାକିରି ଛାଡ଼ି ଗାଈ ପାଳିଲେ, ବର୍ଷକୁ ୨ କୋଟି ରୋଜଗାର
ଗତ ନଭେମ୍ବର ୧୧ ତାରିଖ ଦିନ ଅତରଙ୍ଗ ଗାଁର ଉଦୟ ଗୌଡ଼ଙ୍କର ମୃତ୍ୟୁ ହୋଇଥିଲା । ବାପାଙ୍କୁ ଝୁରୁଝୁରି ହଠାତ ପୁଅ ରାଜେନ୍ଦ୍ରଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ସଙ୍ଗେସଙ୍ଗେ ହସ୍ପିଟାଲ୍କୁ ନେଇଯାଇଥିଲେ ପରିବାର ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ରାଜେନ୍ଦ୍ର । ଗାଁରେ ରାଜେନ୍ଦ୍ରଙ୍କ ଶବ ପହଞ୍ଚବା ପରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ । ଘରର ଏକମାତ୍ର ପୁଅ ଚାଲିଯିବା ପରେ ବାପାଙ୍କର ଦଶାହ କାର୍ଯ୍ୟ କେମିତି ହେବ? ପରିବାର କେମିତି ଚଳିବ? ରାଜେନ୍ଦ୍ରଙ୍କ ୨ ପୁଅ ଓ ଝିଅ ପଢ଼ିବେ କେମିତି? ଏହି ଅସହାୟ ପରିବାରକୁ ସରକାର କିଛି ସହାୟତା ଯୋଗାଇ ଦେବାକୁ ଗୁହାରି କରିଛନ୍ତି ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/20/son-death-2025-11-20-18-34-27.jpg)