କନକ ବ୍ୟୁରୋ: ଯେଉଁ ବୟସରେ ଭବିଷ୍ୟତର ସ୍ବପ୍ନରେ ଡେଣା ଲାଗିବା କଥା, ସେହି ବୟସରେ ନିଶା କବଳରେ ଛାତ୍ର । ବହି ବସ୍ତାନି ଧରି ପାଠ ପଢ଼ିବାକୁ ଆସିବା ବଦଳରେ ମଦ ପିଇ ସ୍କୁଲ ଆସିଛନ୍ତି ସପ୍ତମ ଶ୍ରେଣୀ ପିଲା । ଏ ଦୃଶ୍ୟ ହେଉଛନ୍ତି ନୟାଗଡା ଦଶପଲ୍ଳାର ଏକ ବିଦ୍ୟାଳୟର । ୨ ଜଣ ଛାତ୍ର ନିଶାସକ୍ତ ଅବସ୍ଥାରେ ସ୍କୁଲରେ ବୁଲୁଥିଲେ । ତୁରନ୍ତ ସେମାନଙ୍କୁ ଅଭିଭାବକଙ୍କୁ ଡକାଯାଇଥିଲା। ନିଶା ଛାଡିବା ପରେ ସେମାନେ ଘରକୁ ଫେରିଛନ୍ତି ।
ସ୍କୁଲ ଭିତରର ଆଉ ଏକ ଚିତ୍ର ଆପଣଙ୍କୁ ନିଶ୍ଚୟ ବିଚଳିତ କରିବ । ସ୍କୁଲ ଆସିଲେନି ବୋଲି ଛାତ୍ରଙ୍କୁ ଦଣ୍ଡ ଦେଲେ ସାର୍ । ଟିକେ ବି ଦୟା ଆସିଲାନି, ଶହେ ଥର ଉଠବସ୍ କରାଇଲେ । ଏବେ ଅସୁସ୍ଥ ହୋଇ ନବମ ଶ୍ରେଣୀ ଛାତ୍ର ଏସସିବିରେ ଭର୍ତ୍ତି ହୋଇଛନ୍ତି । କଟକ ସାଲେପୁର କିଶୋରନଗର ଚିନ୍ତାମଣି ସରକାରୀ ସ୍କୁଲର ଘଟଣା ଅବିଭାବକଙ୍କ ମହଲରେ ଚିନ୍ତା ବଢାଇଛି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ। ପୋଲିସ ମାମଲାର ତନାଘନା କରୁଛି ।
ଅଧିକ ପଢନ୍ତୁ: ବିଦାୟ ନେଉଛନ୍ତି ଶିକ୍ଷୟତ୍ରୀ; ୩୭ ବର୍ଷର ଚାକିରୀରୁ ନେଉଛନ୍ତି ଅବସର, ଲୁହରେ ଭିଜୁଛି ସ୍କୁଲ ପରିବେଶ
ଶିକ୍ଷକ ଅଭାବକୁ ନେଇ ଦ୍ବିତୀୟ ଦିନରେ ପଟ୍ଟାମୁଣ୍ଡାଇ ବ୍ଲକ କଣାରୁଣୀ ୟୁଜିୟୁପି ସ୍କୁଲ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ଗତକାଲି ପୋଷାକ ଫେରାଇ ଅସନ୍ତୋଷ ଜାହିର କରିଥିଲେ। ଆଜି ମଧ୍ୟାହ୍ନ ଭୋଜନ ବର୍ଜନ କରିବା ସହ ପ୍ରଧାନ ଶିକ୍ଷକ ଓ ସିଆରସିସିଙ୍କୁ ଶ୍ରେଣୀ ଗୃହରେ ତାଲା ପକାଇ ଧାରଣା ଦେଇଛନ୍ତି। କିନ୍ତୁ, ବିଡମ୍ବନାର ବିଷୟ, ବିଦ୍ୟାଳୟରେ ପହଁଚିନାହାନ୍ତି କୌଣସି ବରିଷ୍ଠ ଅଧିକାରୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/student-2026-02-12-20-33-39.jpg)