ଆଜି ଦୃଶ୍ୟମାନ ହେବ ଶତାବ୍ଦୀର ବିରଳ ସୁପରମୁନ୍, ଦୀର୍ଘ ୧୧୩ ବର୍ଷ ପରେ ଘଟିବ ବିରଳ ସଂଯୋଗ

Advertisment

ପୌଷ ପୂର୍ଣ୍ଣିମାରେ ଚଳିତ ବର୍ଷର ପ୍ରଥମ ସୁପରମୁନ୍ ଦୃଶ୍ୟମାନ ହେବ । ଆଜି ଚନ୍ଦ୍ର ପୃଥିବୀର ନିକଟତର ହେବା ସହ ପୃଥିବୀ ମଧ୍ୟ ସୂର୍ଯ୍ୟର ସବୁଠୁ ନିକଟତର ହେବ ।

ପୌଷ ପୂର୍ଣ୍ଣିମାରେ ଚଳିତ ବର୍ଷର ପ୍ରଥମ ସୁପରମୁନ୍ ଦୃଶ୍ୟମାନ ହେବ । ଆଜି ଚନ୍ଦ୍ର ପୃଥିବୀର ନିକଟତର ହେବା ସହ ପୃଥିବୀ ମଧ୍ୟ ସୂର୍ଯ୍ୟର ସବୁଠୁ ନିକଟତର ହେବ ।

supermoon 2026

supermoon 2026 Photograph: (Google)

କନକ ବ୍ୟୁରୋ:  ଆଜି ଦୃଶ୍ୟମାନ ହେବ ଶତାବ୍ଦୀର ବିରଳ ସୁପରମୁନ୍ । ଦୀର୍ଘ ୧୧୩ ବର୍ଷ ପରେ ଘଟିବ ବିରଳ ସଂଯୋଗ । ଆଜି ପୌଷ ପୂର୍ଣ୍ଣିମାରେ ଚଳିତ ବର୍ଷର ପ୍ରଥମ ସୁପରମୁନ୍ ଦୃଶ୍ୟମାନ ହେବ। ତେବେ  ଅନ୍ୟ ସୁପରମୁନ୍ ଅପେକ୍ଷା ଏହା ଖୁବ୍ ବିରଳ । କାରଣ ଆଜି ଚନ୍ଦ୍ର ପୃଥିବୀର ନିକଟତର ହେବା ସହ ପୃଥିବୀ ମଧ୍ୟ ସୂର୍ଯ୍ୟର ସବୁଠୁ ନିକଟତର ହେବ । ତେଣୁ ୨୦୨୬ରେ ମୋଟ ୩ଟି ସୁପରମୁନ୍ ଦେଖାଯିବାକୁ ଥିଲେ ମଧ୍ୟ, ଆଜି ଜହ୍ନ ସବୁଠୁ ଅଧିକ ଉଜ୍ଜ୍ୱଳ ଦେଖାଯିବ ।

ଅଧିକ ପଢନ୍ତୁ : କାଲି ଆକାଶରେ ଦିଶିବ ସୁପରମୁନ୍: ଖାଲି ଆଖିରେ ବି ଆପଣ ଦେଖିପାରିବେ ଏହି ସୁପରମୁନ୍

ଶେଷଥର ପାଇଁ ୧୯୧୨ ମସିହାରେ ଏଭଳି ସଂଯୋଗ ଆସିଥିଲା । ସୂର୍ଯ୍ୟାସ୍ତ ପରେ ପରେ ସନ୍ଧ୍ୟା ୫ଟା ୪୫ରୁ ୬ଟା ମଧ୍ୟରେ ସବୁଠୁ ବଡ଼ ଓ ଉଜ୍ଜ୍ୱଳ ଦେଖାଯିବ ପୂର୍ଣ୍ଣଚନ୍ଦ୍ର । ଏହା ସ୍ୱାଭାବିକ ଠାରୁ ୧୪ ପ୍ରତିଶତ ବଡ଼ ଓ ୩୦ ପ୍ରତିଶତ ଉଜ୍ଜ୍ୱଳ ଦେଖାଯିବ । ଚନ୍ଦ୍ର ପୃଥିବୀ ଚାରିପଟେ ଅଣ୍ଡାକାର କକ୍ଷପଥରେ ଘୁରି ବୁଲିଥାଏ । ତେବେ ଏହା ପୃଥିବୀ ନିକଟରେ ଥିବା ଅବସ୍ଥାରେ ପୂର୍ଣ୍ଣିମା ଆସିଲେ ସୁପରମୁନ୍ ଦେଖାଯାଏ । ଏବେ ପୃଥ‌ିବୀ ଠାରୁ ଚନ୍ଦ୍ରର ଦୂରତା ପ୍ରାୟ ୩ ଲକ୍ଷ ୬୨ହଜାର କିଲୋମିଟର ରହିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe