କନକ ବ୍ୟୁରୋ: ଏ ବର୍ଷ ଆକାଶରେ ଦେଖାଯିବ ସୁପରମୁନ୍ । ସୁପରମୁନ୍ ଓ ମାଇକ୍ରୋମୁନ୍ ଭଳି ମହାଜାଗତିକ ଦୃଶ୍ୟ ଏବର୍ଷ ଆକାଶରେ ଦୃଶ୍ୟମାନ ହେବ । ଜାନୁଆରୀ ୩ ତାରିଖରେ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ । ତେବେ ଭାରତ ଉପରେ ଏହାର ପ୍ରଭାବ ପଡିପାରେ କି ନାହିଁ ଆସନ୍ତୁ ତା ବିଷୟରେ ଜାଣିବା। 

Advertisment

ଆମେ ଜାଣିଛେ ଯେ ଚନ୍ଦ୍ର ପୃଥିବୀ ଚାରିପଟେ ଘୂରିବା ପାଇଁ ପ୍ରାୟ ୨୭ ଦିନରୁ ଅଧିକ ସମୟ ଲାଗିଥାଏ। ଆଉ ସବୁଠାରୁ ନିକଟରେ ଥିଲାବେଳେ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ ଏବଂ ଧୀରେ ଧୀରେ ଏହା ୪.୦୬ ଲକ୍ଷ ଦୂରକୁ ଚାଲିଯାଏ। ଜ୍ୟୋତିଷ ରିଚାର୍ଡ୍ ନଲଙ୍କ ପରିଭାଷାରେ ଯଦି ଚନ୍ଦ୍ର ପୃଥିବୀଠାରୁ ୩.୬୩ ଲକ୍ଷ କିଲୋମିଟର ବା ତାଠାରୁ ନିକଟରେ ନିକଟରେ ଥିବା ସମୟରେ ପୂର୍ଣ୍ଣମୀ ପଡିଥାଏ ତେବେ ସେହି ଚନ୍ଦ୍ରକୁ ସୁପରମୁନ୍ କୁହାଯାଏ। ସେ ସମୟରେ ଚନ୍ଦ୍ର ଆମକୁ ବିଶାଳ ଓ ଉଜ୍ବଳମୟ ଦେଖାଯାଏ। ପ୍ରତ୍ୟେକ ବର୍ଷ ଭଳି ଏହି ଘଟଣା, ଚଳିତ ବର୍ଷ ମଧ୍ୟ ଦୁଇରୁ ତିନିଥର ଘଟିବାକୁ ଯାଉଛି ।

ଆହୁରି ପଢ଼ନ୍ତୁ : ବେଲୁଚିସ୍ତାନରୁ ଆସିଲା ଭାରତ ପାଇଁ ଚିଠି; ପାକିସ୍ତାନକୁ ଖୋଲା ଚ୍ୟାଲେଞ୍ଜ୍, ଅପରେସନ୍ ସିନ୍ଦୂରକୁ ପ୍ରଂଶସା

ଆସନ୍ତାକାଲି ମହାକାଶ ଏହି ସୁପରମୁନ୍ ଦେଖାଯିବ। ଆସନ୍ତାକାଲି ଚନ୍ଦ୍ର ପୃଥିବୀଠାରୁ ପ୍ରାୟ ତିନି ଲକ୍ଷ ୬୨ହଜାର କିଲୋମିଟର ଦୂରରେ ରହିବ। ସାଧାରଣ ଦିନରେ ଦେଖାହେଉଥିବା ଚନ୍ଦ୍ରଠାରୁ ଏହା ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବ। ତେବେ ଏହାପରେ ଦ୍ବିତୀୟ ଥର ପାଇଁ ସୁପରମୁନ୍ ନଭେମ୍ବର ୨୪ ତାରିଖରେ ଦେଖିବାକୁ ମିଳିବ । ଖାଲି ସେତିକି ନୁହେଁ, ଚଳିତ ବର୍ଷର ଶେଷ ସୁପରମୁନ୍ ଡିସେମ୍ବର ୨୩ ତାରିଖରେ ଦେଖିବାକୁ ମିଳିବ । 

ଏ ବର୍ଷ ତିନୋଟି ପୂର୍ଣ୍ଣମୀ ପଡୁଥିବାରୁ ମେ ୧, ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ମାଇକ୍ରୋମୁନ୍ ମଧ୍ୟ ଦେଖିବାକୁ ମିଳିବ । ତେବେ  ସବୁଠାରୁ ବିରଳ କଥା ହେଉଛି ଯେ, ଏହା ଖାଲିଆଖିରେ ଦେଖିହେବ। ଆକାଶ ଯଦି ସ୍ବଚ୍ଛ ରହେ କୁହୁଡି କିମ୍ବା ମେଘମୁକ୍ତ ରହେ ତେବେ ଖାଲିଆଖିରେ ଏହା ଆମକୁ ଦେଖାଯିବ। ଏହି ମହାଜାଗତିକ ଦୃଶ୍ୟ ଓଡିଶାରେ ମଧ୍ୟ ଦୃଶ୍ୟମାନ ହେବ । ଆଉ ଏହାର କୌଣସି କୁ- ପ୍ରଭାବ ପୃଥିବୀ ଉପରେ ପଡିବ ନାହିଁ । ତେଣୁ ଏହାକୁ ନେଇ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ। 

ଜାଣିରଖିବା ଉଚିତ ଯେ, ସୁପରମୁନ୍ ଶବ୍ଦର ବ୍ୟବହାର ପ୍ରଥମେ ଆମେରିକାର ଜ୍ୟୋତିଷ  ରିଚାର୍ଡ୍ ନର୍ଲ୍ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେ ଧୀରେ ସୋସିଆଲ୍ ମିଡିଆର ବହୁଳ ବ୍ୟବହାର ଫଳରେ ଏହା ଅଧିକ ଲୋକପ୍ରିୟ ହୋଇପାରିଥିଲା। ପରେ ପରେ ଏହାକୁ ନେଇ ଚର୍ଚ୍ଚା ଜୋରରେ ଧରିଲା। ଲୋକମାନେ ସୁପରମୁନକୁ ନେଇ ମଧ୍ୟ ଅନେକ ସମାଲୋଚନା କଲେ। ପରେ ପରେ ସୁପରମୁନ୍ ଶବ୍ଦର ପ୍ରବଳ ବ୍ୟବହାର ହେଲା । ହେଲେ ଏବର୍ଷ ସୁପରମୁନ ଆକାଶରେ ଦେଖାଯିବାକୁ ଯାଉଛି । ଯଦି ଆକାଶ କୁହୁଡି ଓ ମେଘମୁକ୍ତ ରହେ ତେବେ ଏହା ଅଧିକ ସ୍ପଷ୍ଟ ଓ ଉଜ୍ବଳମୟ ଦେଖାଯିବ।