କନକ ବ୍ୟୁରୋ: ଖାମେନେଇଙ୍କ ମୃତ୍ୟୁ ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ। କେମିତି ହେଲା ଇରାନର ସର୍ବୋଚ୍ଚ ନେତାଙ୍କ ମୃତ୍ୟୁ। ଏତେ ସୁରକ୍ଷା ସତ୍ତ୍ବେ କେମିତି ହେଲା ଆକ୍ରମଣ? ଏହାରି ଭିତରେ ସାମ୍ନାକୁ ଆସିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଖାମେନେଇଙ୍କୁ ଟାର୍ଗେଟ୍ ପାଇଁ ବ୍ୟବହୃତ ହୋଇଥିଲା ଜିବିୟୁ-୨୮ ଲେଜର ଗାଇଡେଡ୍ ପେନେଟ୍ରେଟର ବୋମା। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁସାରେ, ଇସ୍ରାଏଲ ଫାଇଟର ଜେଟ୍ ଖାମେନେଇଙ୍କ କମ୍ପ୍ଲେକ୍ସ ଉପରେ ମୋଟ ୩୦ଟି ବୋମା ପକାଇଥିଲେ। ଖାମେନେଇଙ୍କ କମ୍ପ୍ଲେକ୍ସ ସୁରକ୍ଷିତ ଏବଂ ବେଶ ମଜଭୁତ ଥିଲା। ସେଥିପାଇଁ ଏହି ଆକ୍ରମଣରେ ଜିବିୟୁ-୨୮ ଭଳି ପେନେଟ୍ରେଟିଂ ବୋମାର ବ୍ୟବହାର କରାଯାଇଛି।
ଆହୁରି ପଢ଼ନ୍ତୁ : ଖାମେନେଇଙ୍କ ମୃତ୍ୟୁ ପରେ ରକ୍ତମୁଖା ଇରାନ , ଆମେରିକାର ୨୭ଟି ଏୟାରବେସ୍ ଉପରେ ମିସାଇଲ ମାଡ଼
କେମିତି ହେଲା ଖେମିନେଇଙ୍କୁ ଆକ୍ରମଣ?
ଆକ୍ରମଣ ପାଇଁ ଆଗୁଆ ପ୍ରସ୍ତୁତ କରିଥିଲା ଆମେରିକା ଓ ଇସ୍ରାଏଲ
ଖାମେନେଇ ନିଜ କମ୍ପ୍ଲେକ୍ସ ଭିତରେ ଥିବା ନେଇ ଖବର ପାଇଥିଲେ
ପ୍ରଥମରୁ ହିଁ ଖାମେନେଇଙ୍କୁ ଟାର୍ଗେଟ୍ କରାଯାଇଥିଲା
ଯେଉଁ କମ୍ପାଉଣ୍ଡରେ ଖାମେନେଇ ଥିଲେ, ସେଠାରେ ୩୦ଟି ବୋମା ପଡ଼ିଥିଲା
ଜିବିୟୁ-୨୮ ଲେଜର ଗାଇଡେଡ୍ ପେନେଟ୍ରେଟର ବୋମା ବିସ୍ଫୋରଣ ଅତି ଭୟଙ୍କର ଥିଲା
ଜିବିୟୁ-୨୮ ବୋମା କୌଣସି ଏକ ବିମାନରେ ନେଇପାରିବେ ନାହିଁ
ଏହାର ଓଜନ ବହୁତ ଅଧିକ
ଇସ୍ରାଏଲର ଏଫ୍-୧୫ ଆଇ ‘ରାମ୍’ ଲଢ଼ୁଆ ବିମାନ ଜିବିୟୁ-୨୮ ବୋମା ବହନ କରିଥାଏ
୩୦ ବୋମା ପକାଇବା ପାଇଁ ଅନେକ ବିମାନର ବ୍ୟବହାର କରାଯାଇଥିଲା
ଆକ୍ରମଣ ପାଇଁ ୧୫ରୁ ୨୦ ଏଫ୍-୧୫ ଲଢ଼ୁଆ ବିମାନର ବ୍ୟବହାର ହୋଇଥିଲା
ଜିବିୟୁ-୨୮ ଦୁନିଆର ସବୁଠାରୁ ଶକ୍ତିଶାଳୀ ଲେଜର ଗାଇଡେଟ୍ ବଙ୍କର ବଷ୍ଟର ବୋମା
ଏହାର ଓଜନ ପାଖାପାଖି ୨୨୬୮ କେଜି
ଏହାର ଲମ୍ବା ୧୯ ଫୁଟ୍ ଅର୍ଥାତ୍ ୫.୮ ମିଟର
ଏହି ବୋମା ଲେଜର ଗାଇଡାନ୍ସ ଦ୍ବାରା ପରିଚାଳିତ
ଏହା ମଜଭୁତ କଂକ୍ରିଟକୁ ୨୦ରୁ ୩୦ ଫୁଟ୍ ପର୍ୟ୍ୟନ୍ତ ଭେଦ କରିପାରିବ
ଗଭୀର ବଙ୍କର କିମ୍ବା ଅଣ୍ଡରଗ୍ରାଉଣ୍ଡ ଘରକୁ ଧ୍ବଂସ କରିପାରିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/01/high-2026-03-01-14-39-08.jpg)