କନକ ବ୍ୟୁରୋ : ୧୦ ବର୍ଷ ଭିତରେ ବଦଳିଯିବ ଓଡ଼ିଶାର ଚିତ୍ର ,ସମୃଦ୍ଧ ହେବ ଓଡ଼ିଶା । ଦେଶର ଶ୍ରେଷ୍ଠ ୫ ରାଜ୍ୟମାନଙ୍କ ଭିତରେ ରହିବ ଓଡ଼ିଶା । ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଆୟୋଜିତ ସମୃଦ୍ଧ ଓଡିଶା କନକ୍ଲେଭକୁ  ଉଦଘାଟନ କରି  ମୋହନ ମାଝୀ ଆଗାମୀ ଓଡିଶାର ସ୍ବପ୍ନ ଉପରେ ଏମିତି ଆଲୋକପାତ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି , ଓଡ଼ିଶାରେ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି । ରାଜ୍ୟ ଏବେ ୧୨୦ ବିଲିୟନ୍‌ ଅର୍ଥନୀତିରେ ଅଛି । ସରକାର ଏବେ ସୁଦ୍ଧା ୫ ଲକ୍ଷ ୬୦ ହଜାର କୋଟିର ୨୬୦ଟି ପ୍ରକଳ୍ପ ଅନୁମୋଦନ କରିଛନ୍ତି । ଏହାଦ୍ବାରା ୩ଲକ୍ଷ ୬୦ହଜାର ନିଯୁକ୍ତି ସୃଷ୍ଟି ହେବ । ୨୦୩୬ ସୁଦ୍ଧା ଅର୍ଥନୀତିରେ ଶ୍ରେଷ୍ଠ ୫ ରାଜ୍ୟରେ ଓଡ଼ିଶା ରହିବ  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । 

Advertisment

ସମୃଦ୍ଧ ଓଡ଼ିଶା ମଞ୍ଚରୁ ତତ୍‌କାଳୀନ ବିଜେଡି ସରକାରକୁ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ୨୪ ବର୍ଷ ସ୍ଥିର ସରକାର ଥିଲା , ଶିଳ୍ପରେ ବିପ୍ଲବ କରିପାରିଥାନ୍ତେ । କିନ୍ତୁ କିଛି କରିପାରିଲେନି ।  ମେକ୍ ଇନ ଓଡ଼ିଶା ସଂସ୍କରଣରେ କେତେ ଗ୍ରାଉଣ୍ଡିଂ ହେଲା ?  ଏହା ଓଡ଼ିଶାକୁ ଧୋକ୍କା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ୧୭ ମାସ ଭିତରେ  ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ୧୭ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ  ବୁଝାମଣା ପତ୍ର ରାଜ୍ୟ ସରକାରଙ୍କ ବଡ ଉପଲବ୍ଧି ବୋଲି କହିଛନ୍ତି ମୋହନ ମାଝି । ଜନତା ମୈଦାନରେ ସମୃଦ୍ଧ ଓଡିଶା କନକ୍ଲେଭ ଦୁଇଦିନ ଚାଲିବ । ଏଥିରେ ବିଭିନ୍ନ ସରକାରୀ ଓ ଘରୋଇ ଶିଳ୍ପସଂସ୍ଥା ଯୋଗଦେଇଛନ୍ତି  ।

ଅଧିକ ପଢନ୍ତୁ... ଗାଁରେ ପହଞ୍ଚିପାରିନି ସରକାରଙ୍କ ବସୁଧା ଯୋଜନା ; ପାଣି ପାଇଁ ଡହଳବିକଳ କାନାଗୁଡ଼ାର ଲୋକେ