‘ନୂଆ ଆଞ୍ଚଳିକ ଦଳ ଗଠନ ପାଇଁ ସୁଯୋଗ ଆସିଗଲା’: ବଡ଼ କଥା କହିଦେଲେ ନରସିଂହ ମିଶ୍ର

କଂଗ୍ରେସକୁ ନେଇ ମଧ୍ୟ ନିଜ ମତ ପ୍ରକାଶ କରିଛନ୍ତି । ଆଉ କହିଛନ୍ତି, କେଉଁଠି ନା କେଉଁଠି ଆମର ସାଂଗଠନିକ ଦୁର୍ବଳତା ରହିଗଲା । ଯେଉଁଥିପାଇଁ କଂଗ୍ରେସର ଏ ଅବସ୍ଥା ହୋଇଛି । ହେଲେ ବିଜେଡି ଅପେକ୍ଷା କଂଗ୍ରେସ ଭଲ ଭୋଟ ପାଇବ ।

Narsingh mishra

Narsingh mishra Photograph: (Kanak News)

କନକ ବ୍ୟୁରୋ: ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ନେଇ ପ୍ରତିକ୍ରିୟା ରଖିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । କହିଲେ, ନବୀନ ପଟ୍ଟନାୟକଙ୍କୁ ନୂଆପଡ଼ା ଯିବାର ନଥିଲା । ସେ ତ ଚାଲିବୁଲି ପାରୁନାହାନ୍ତି । ସେ ଭାଷଣରେ ବି କଣ କହୁଛନ୍ତି ଜାଣିପାରୁନାହାନ୍ତି । ଏତେ ଦୟନୀୟ ଅବସ୍ଥାରେ ସେ ସେଠାକୁ କାହିଁକି ଯାଉଥିଲେ । ତାଙ୍କୁ ଲୋକମାନେ ଯେତେ ଭଲ ପାଉଥିଲେ ଏବେ ତାହା କମିଗଲା । ଏଥର ତ ମୁଁ ଭାବୁଛି ବିଜେଡି ୩ ନମ୍ୱର ହେବ ଆଉ ବିଜେଡି ସବୁଦିନ ପାଇଁ ଲୋପ ପାଇଯିବ । କିଛି ଲୋକ ଆଉ ଗୋଟିଏ ଆଞ୍ଚଳିକ ଦଳ ଗଠନ କରିବା ଉଦ୍ଦେଶ୍ୟରେ ରହିଛନ୍ତି । 

ସେହିପରି ସେ କଂଗ୍ରେସକୁ ନେଇ ମଧ୍ୟ ନିଜ ମତ ପ୍ରକାଶ କରିଛନ୍ତି । ଆଉ କହିଛନ୍ତି, କେଉଁଠି ନା କେଉଁଠି ଆମର ସାଂଗଠନିକ ଦୁର୍ବଳତା ରହିଗଲା । ଯେଉଁଥିପାଇଁ କଂଗ୍ରେସର ଏ ଅବସ୍ଥା ହୋଇଛି । ହେଲେ ବିଜେଡି ଅପେକ୍ଷା କଂଗ୍ରେସ ଭଲ ଭୋଟ ପାଇବ । ଏକ ନମ୍ୱରକୁ ଯିବ କି ନାହିଁ ତାହା ବଡ଼ ପ୍ରଶ୍ନବାଚୀ, ହେଲେ ୨ ନମ୍ୱରରେ ଦଳ ରହିବ । 

ଆହୁରି ପଢ଼ନ୍ତୁ...

Election Result With Kanak News : ବିହାରରେ କାହାର ସରକାର ? ନୂଆପଡ଼ାରେ କିଏ ମାରୁଛି ବାଜି ?

ଏବେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ୧୭ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩ ହଜାର ୫୭୨ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ୨୬, ୭୫୩ ଖଣ୍ଡ ଭୋଟ ପାଇଛନ୍ତି ଆଉ ବିଜେଡି ପ୍ରାର୍ଥୀ ୨୦ ହଜାର ୨୦୩ ଖଣ୍ଡ ଭୋଟ ପାଇଛନ୍ତି । ଏବେ ଜୟ ଢୋଲକିଆ ୫୬ ହଜାର ୮୧୯ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି । ତେବେ ଦେଖିବାକୁ ଗଲେ ନୂଆପଡ଼ାରେ ବିଜେପି ଜିତିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି । 

ଏହି ଆସନରେ ବିଜେପି ୨ଥର ବିଜୟୀ ହୋଇଛି । ୨୦୦୦ ଓ ୨୦୧୪ ମସିହାରେ ବିଜେପିର ବସନ୍ତ କୁମାର ପଣ୍ଡା ବିଜୟୀ ହୋଇଥିଲେ । ତେବେ ପୁଣି ଥରେ ଏହି ଆସନ ଏବେ ବିଜେପି ହାତକୁ ଫେରିବାକୁ ଯାଉଛି । ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ାରେ ଉପ ନିର୍ବାଚନ ହେଉଛି । ଜୟ ଢୋଲକିଆ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ । ହେଲେ ସେ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଆଉ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe