ନୂଆବର୍ଷରେ ନୂଆରୂପ ପାଇପାରେ ଶାସନତନ୍ତ୍ର ; ଅଟକିଥିବା ଫାଇଲ୍‌ରେ ବାଜିବ ମୋହର

Advertisment

ନୂଆବର୍ଷରେ ବାବୁ ଓ ନେତାଙ୍କୁ ନୂଆ ଦାୟିତ୍ବ ଦେବେ ମୋହନ ସରକାର । ଆସନ୍ତା ଡିସେମ୍ବରରେ ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକଳାପ । ହେଲେ ମନୋଜଙ୍କୁ ପୁନଃନିଯୁକ୍ତି ମିଳିବ ନା ଓଡ଼ିଶା ପ୍ରଶାସନ ଦେଖିବ ନୂଆ ମୁଖିଆ ? ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

ନୂଆବର୍ଷରେ ବାବୁ ଓ ନେତାଙ୍କୁ ନୂଆ ଦାୟିତ୍ବ ଦେବେ ମୋହନ ସରକାର । ଆସନ୍ତା ଡିସେମ୍ବରରେ ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକଳାପ । ହେଲେ ମନୋଜଙ୍କୁ ପୁନଃନିଯୁକ୍ତି ମିଳିବ ନା ଓଡ଼ିଶା ପ୍ରଶାସନ ଦେଖିବ ନୂଆ ମୁଖିଆ ? ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ।

odisha

odisha Photograph: (kanak news)

କନକ ବ୍ୟୁରୋ :  ଆଉ ହେବନି ବିଳମ୍ବ, ସବୁ ଅପେକ୍ଷାର ହେବ ଅନ୍ତ । ଦୀର୍ଘ ୧୮ ମାସ ଧରି ନିଗମ ଓ ବୋର୍ଡ ପଦକୁ ନେଇ ଯେଉଁ ଚର୍ଚ୍ଚା ଆକଳନ ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିବେ ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ, ନୂଆବର୍ଷରେ ବାବୁ ଓ ନେତାଙ୍କୁ ନୂଆ ଦାୟିତ୍ବ ଦେବେ ମୋହନ ସରକାର । ଆସନ୍ତା ଡିସେମ୍ବରରେ ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକଳାପ । ହେଲେ ମନୋଜଙ୍କୁ ପୁନଃନିଯୁକ୍ତି ମିଳିବ ନା ଓଡ଼ିଶା ପ୍ରଶାସନ ଦେଖିବ ନୂଆ ମୁଖିଆ ? ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା । ମୋହନଙ୍କ ଭରସା ଜିତିଥିବା ମନୋଜଙ୍କ ନେତୃତ୍ବରେ ଶାସନତନ୍ତ୍ରକୁ ଆଗକୁ ନେବାକୁ ଚାହୁଁଛନ୍ତି ସରକାର । ତେଣୁ ତାଙ୍କର କାର୍ଯ୍ୟ ଅବଧିକୁ ଆଉ ୬ ମାସ ବୃଦ୍ଧି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ମୋହନ ସରକାର ଆଣିଥିବା ଯୋଜନାର ସଫଳତା ପଛରେ ମନୋଜଙ୍କର ବଡ ଭୂମିକା ରହିଛି । ଅନ୍ୟପଟେ ସରକାରଙ୍କ ଗୁଡବୁକ୍‌ରେ ରହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଅନେକ ସମୟରେ ସରକାରଙ୍କ ପାଇଁ ସାଜିଛନ୍ତି କ୍ରାଇସିସ୍ ମ୍ୟାନେଜର ।  

ସରକାରକୁ ୧୮ ମାସ ପୁରିଲାଣି । ହେଲେ ଏଯାଏଁ ବୋର୍ଡ କି ନିଗମର ଅଙ୍କ ଛିଣ୍ଡିନି। ପୁରୁଣାବର୍ଷରେ  ପଡି ରହିଥିବା କାର୍ଯ୍ୟକୁ ନୂଆବର୍ଷରେ ପୂର୍ଣ୍ଣାଙ୍ଗ ରୂପ ଦେବେ ମୋହନ ସରକାର । ଏଥିପାଇଁ ସରକାରୀ ସ୍ତରରେ ହିସାବ ନିକାଶ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁଆରିରେ ଦଳୀୟ ନେତାଙ୍କୁ ମିଳିବ ନୂଆବର୍ଷ ଭେଟି । ବୋର୍ଡ ଓ ନିଗମରେ ଚୂଡ଼ାନ୍ତ ମୋହର ମାରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଶାୟୀ ନେତା ମଧ୍ୟ କ୍ଷମତାକେନ୍ଦ୍ରରେ ଜୋରଦାର ଲବି କଲେଣି । ନୂଆବର୍ଷରେ ପ୍ରଶାସନିକ ସ୍ତରରେ ବଡ ଅଦଳବଦଳ ହେବାର ସମ୍ଭାବନା ରହିଛି । ଯେଉଁ ଅଫିସରଙ୍କ କାର୍ଯ୍ୟଦକ୍ଷତା ସରକାରଙ୍କ ପାଇଁ ସନ୍ତୋଷଜନକ ନାହିଁ ସେମାନଙ୍କୁ ପାୱାର କରିଡରରୁ ଆଉଟ କରିପାରନ୍ତି ମୋହନ । 

ଅଧିକ ପଢ଼ନ୍ତୁ---ଲୋକସଭାରେ ପାରିତ ‘ଜି-ରାମ-ଜି’ ବିଲ୍ ; ବିଲ୍‌ର କପି ଫାଡ଼ିଲେ ବିରୋଧୀ ସାଂସଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe