କନକ ବ୍ୟୁରୋ : ଆଉ ହେବନି ବିଳମ୍ବ, ସବୁ ଅପେକ୍ଷାର ହେବ ଅନ୍ତ । ଦୀର୍ଘ ୧୮ ମାସ ଧରି ନିଗମ ଓ ବୋର୍ଡ ପଦକୁ ନେଇ ଯେଉଁ ଚର୍ଚ୍ଚା ଆକଳନ ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିବେ ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ, ନୂଆବର୍ଷରେ ବାବୁ ଓ ନେତାଙ୍କୁ ନୂଆ ଦାୟିତ୍ବ ଦେବେ ମୋହନ ସରକାର । ଆସନ୍ତା ଡିସେମ୍ବରରେ ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକଳାପ । ହେଲେ ମନୋଜଙ୍କୁ ପୁନଃନିଯୁକ୍ତି ମିଳିବ ନା ଓଡ଼ିଶା ପ୍ରଶାସନ ଦେଖିବ ନୂଆ ମୁଖିଆ ? ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା । ମୋହନଙ୍କ ଭରସା ଜିତିଥିବା ମନୋଜଙ୍କ ନେତୃତ୍ବରେ ଶାସନତନ୍ତ୍ରକୁ ଆଗକୁ ନେବାକୁ ଚାହୁଁଛନ୍ତି ସରକାର । ତେଣୁ ତାଙ୍କର କାର୍ଯ୍ୟ ଅବଧିକୁ ଆଉ ୬ ମାସ ବୃଦ୍ଧି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ମୋହନ ସରକାର ଆଣିଥିବା ଯୋଜନାର ସଫଳତା ପଛରେ ମନୋଜଙ୍କର ବଡ ଭୂମିକା ରହିଛି । ଅନ୍ୟପଟେ ସରକାରଙ୍କ ଗୁଡବୁକ୍ରେ ରହିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଅନେକ ସମୟରେ ସରକାରଙ୍କ ପାଇଁ ସାଜିଛନ୍ତି କ୍ରାଇସିସ୍ ମ୍ୟାନେଜର ।
ସରକାରକୁ ୧୮ ମାସ ପୁରିଲାଣି । ହେଲେ ଏଯାଏଁ ବୋର୍ଡ କି ନିଗମର ଅଙ୍କ ଛିଣ୍ଡିନି। ପୁରୁଣାବର୍ଷରେ ପଡି ରହିଥିବା କାର୍ଯ୍ୟକୁ ନୂଆବର୍ଷରେ ପୂର୍ଣ୍ଣାଙ୍ଗ ରୂପ ଦେବେ ମୋହନ ସରକାର । ଏଥିପାଇଁ ସରକାରୀ ସ୍ତରରେ ହିସାବ ନିକାଶ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁଆରିରେ ଦଳୀୟ ନେତାଙ୍କୁ ମିଳିବ ନୂଆବର୍ଷ ଭେଟି । ବୋର୍ଡ ଓ ନିଗମରେ ଚୂଡ଼ାନ୍ତ ମୋହର ମାରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଆଶାୟୀ ନେତା ମଧ୍ୟ କ୍ଷମତାକେନ୍ଦ୍ରରେ ଜୋରଦାର ଲବି କଲେଣି । ନୂଆବର୍ଷରେ ପ୍ରଶାସନିକ ସ୍ତରରେ ବଡ ଅଦଳବଦଳ ହେବାର ସମ୍ଭାବନା ରହିଛି । ଯେଉଁ ଅଫିସରଙ୍କ କାର୍ଯ୍ୟଦକ୍ଷତା ସରକାରଙ୍କ ପାଇଁ ସନ୍ତୋଷଜନକ ନାହିଁ ସେମାନଙ୍କୁ ପାୱାର କରିଡରରୁ ଆଉଟ କରିପାରନ୍ତି ମୋହନ ।
ଅଧିକ ପଢ଼ନ୍ତୁ---ଲୋକସଭାରେ ପାରିତ ‘ଜି-ରାମ-ଜି’ ବିଲ୍ ; ବିଲ୍ର କପି ଫାଡ଼ିଲେ ବିରୋଧୀ ସାଂସଦ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/18/odisha-2025-12-18-19-53-17.jpg)