କନକ ବ୍ୟୁରୋ : ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ପାତାଳଗଙ୍ଗା । ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି, ନୂଆପଡା ଜିଲ୍ଲା ସଦର ମହୁକମାଠାରୁ ୧୧୦ କିଲୋମିଟର ଦୂରରେ ଅବସ୍ଥିତ ବହୁ ପ୍ରସିଦ୍ଧ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ର । ବଣ ପାହାଡ଼ ଘେରା ପ୍ରାକୃତିକ ମନୋରମ ଦୃଶ୍ୟରେ ଶୋଭାପାଉଛି ଏହି ପର୍ଯ୍ୟଟନ ସ୍ଥଳୀ । ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଦର୍ଶକଙ୍କୁ ବେଶ ଆକର୍ଷିତ କରୁଛି ପାତାଳଗଙ୍ଗା ।
ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ଇତିହାସ ଏକ ନିଆରା । ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର, ଭାଇ ଲକ୍ଷ୍ମଣ, ଦେବୀ ସୀତାଙ୍କ ସହ ପିତୃସତ୍ୟ ପାଳନ କରି ୧୪ ବର୍ଷ ବନବାସ ଭ୍ରମଣ କରିଥିଲେ । ସେହି ଯୁଗରେ ବୋଡେନ ବ୍ଲକ କୋଟଗାଁ ଗୁରୁଡଙ୍ଗର ଘୋର ଜଙ୍ଗଲ ଦେଇ ପ୍ରଭୁ ରାମଚନ୍ଦ୍ର ଭ୍ରମଣ କରିଯାଇଥିବା କିମ୍ବଦନ୍ତୀ ରହିଛି । ବନବାସ ସମୟରେ କୋଟଗାଁ ଜଙ୍ଗଲରେ ଦେବୀ ସୀତାଙ୍କୁ ପ୍ରବଳ ଶୋଷ ହୋଇଥିଲା । ଦେବୀ ମାଆଙ୍କ ଶୋଷ ମେଣ୍ଟାଇବା ପାଇଁ ରାମ ଲକ୍ଷ୍ମଣ ପାଣି ଖୋଜି କେଉଁଠାରେ ମଧ୍ୟ ପାଣିର ସନ୍ଧାନ ପାଇନଥିଲେ । ଶେଷରେ ପ୍ରଭୁରାମଚନ୍ଦ୍ରଙ୍କ ଆଜ୍ଞାରେ ଭ୍ରାତା ଲକ୍ଷ୍ମଣ ଭୂମି ଉପରେ ଶର ମାରି ପାତାଳରୁ ପାଣି ବାହାର କରି ଦେବୀ ସୀତାଙ୍କ ଶୋଷ ମେଣ୍ଟାଇଥିଲେ । ସେହିଦିନଠାରୁ ଖରା ବର୍ଷା ଶୀତ ଯୁଗଯୁଗ ଧରି ଏହି ସ୍ଥାନରୁ ପାଣି ନିର୍ଗତ ହେଉଛି । ସେହି ପୌରାଣିକ କଥା ବସ୍ତୁରୁ ଏହି ସ୍ଥାନକୁ ପାତାଳଗଙ୍ଗା ନାମରେ ନାମିତ ହୋଇ ବହୁ ପ୍ରସିଦ୍ଧ ଲାଭ କରିପାରିଛି ପାତାଳଗଙ୍ଗା ।
ଅଧିକ ପଢ଼ନ୍ତୁ--ୟୁଟ୍ୟୁବ୍ ଦେଖି ଅପରେସନ୍ କଲେ, ଚାଲିଗଲା ମହିଳାଙ୍କ ଜୀବନ
ଏଠାରେ ବହୁ ପ୍ରାଚୀନ ପୁରାତନ ମହାମୃତ୍ୟୁଞ୍ଜୟ ମନ୍ଦିରରେ ପୂଜା ପାଉଛନ୍ତି ମହାଦେବ । ସେହିଭଳି ଆଦିଶକ୍ତି ଗାୟତ୍ରୀ,ଦେବୀ ଦୁର୍ଗା, ପ୍ରଭୁ ଜଗନ୍ନାଥ, ଏବଂ ରାଧାକୃଷ୍ଣ ମନ୍ଦିରରେ ପୂଜା ପାଉଛନ୍ତି ଠାକୁର । ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଆଉକିଛି ତିଆରି କଲେ ପ୍ରାଚୀନ ପୁରାତନ ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ର ଆହୁରି ବିକାଶ ହେବ ବୋଲି ପର୍ଯ୍ୟଟକ ତଥା ମନ୍ଦିର ପୂଜକ କହନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/10/patalaganga-2025-12-10-13-30-48.jpg)