Photograph: (KANAKNEWS)
କନକବ୍ୟୁରୋ : ୨୦୨୫ ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛିଟା ଦିନ ବାକି ରହିଲା । ଜଣାପଡ଼ିଲାନି ଏବ ବର୍ଷଟା କେମିତି ସରିଗଲା । ଏ ବର୍ଷକୁ ମନେ ପକାଇଲେ ଲାଗୁଛି ଅନ୍ୟ ଏକ ଯୁଗର ସମୟ ଥିଲା ବୋଧେ । ୨୦୨୫ ବର୍ଷ ଅନେକ ଉତଥାନ- ପତନ, କଷ୍ଟ, ଆନନ୍ଦ ଏଭଳି କିଛି ଘଟଣାରେ ଭରପୂର ଥିଲା । ୨୦୨୫ରେ ବଲିଉଡରୁ ଆରମ୍ଭ କରି ସାଉଥ୍ ଇଣ୍ଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଷ୍ଟାରମାନେ ଖବର ସାଉଁଟିଥିଲେ । କିଏ ଅଭିନୟକୁ ନେଇ ତ କିଏ ବିବାଦକୁ ନେଇ ।
ଅଧିକ ପଢନ୍ତୁ....ରଙ୍ଗବେରଙ୍ଗ ବଟିକା ପଛର କାରଣ କ’ଣ? କେବେଠାରୁ ଏବଂ କାହିଁକି ରଙ୍ଗୀନ ହେଲା କ୍ୟାପସୁଲ୍?
ଅକ୍ଷୟ ଖାନ୍ନା : ଏବେକା ସମୟରେ ଅଭିନୟ ଜଗତରେ ଯଦି କେହି ଖବରର ଶିରୋନାମାରେ ଥାଏ ସେ ଜଣକ ହେଉଛନ୍ତି ଅକ୍ଷୟ ଖାନ୍ନା । ୨୦୨୫ ଆରମ୍ଭରେ ଅକ୍ଷୟ ଫିଲ୍ମ ’ ଚାଭା’ରେ ମୋଗଲ ସମ୍ରାଟ ଔରଙ୍ଗଜେଭ୍ ଭୂମିକାରେ ନଜର ଆସିଥିଲେ। ଏଥିରେ ତାଙ୍କର ଅଭିନୟ ନିଖୁଣ ଓ ସର୍ବୋତ୍ତମ ଥିଲା । ଆଉ ଏବେ ଧୁରନ୍ଧରରେ ତାଙ୍କର ନକରାତ୍ମକ ଭୂମିକା ସହ ଅକ୍ଷୟ ଖାନ୍ନା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି , ଦର୍ଶକଙ୍କଠାରୁ ଅନେକ ପ୍ରଶଂସା ସାଉଁଟିଛନ୍ତି । ସମସ୍ତେ ଅଭିନେତାଙ୍କ ପ୍ରତିଭାର ପ୍ରଶଂସା କରୁଛନ୍ତି । କହିବାକୁ ଗଲେ ଏ ବର୍ଷ ଅକ୍ଷୟଙ୍କ ପାଇଁ ସୌଭାଗ୍ୟର ବର୍ଷ ଥିଲା ।
ତୃପ୍ତି ଡିମରି : ୨୦୨୫ରେ ଅନ୍ୟଜଣେ ଚର୍ଚ୍ଚିତ ଅଭିନେତ୍ରୀ ଥିଲେ ତୃପ୍ତି ଡିମରି । ତାଙ୍କ ସମ୍ପର୍କଠାରୁ ଆରମ୍ଭ କରି ନିର୍ଦ୍ଦେଶ ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ଫିଲ୍ମ ’ସ୍ପିରଟ୍’ରେ ତାଙ୍କ ପ୍ରବେଶ ଯାଏଁ ତୃପ୍ତି ସବୁଠି ଥିଲେ । ଭାଙ୍ଗାଙ୍କ ଫିଲ୍ମରେ ଦୀପିକା ପାଦୁକୋନ୍ ଙ୍କ ସ୍ଥାନ ନେଇଥିଲେ ତୃପ୍ତି । ଏହି ବର୍ଷ ତାଙ୍କୁ ’ ଧଡ଼କ-୨ରେ ମଧ୍ୟ ଦେଖିବାକୁ ମିଳିଥିଲା , ଯାହା ତାଙ୍କ ପୂର୍ବ ଫିଲ୍ମଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭିନ୍ନ ।
ଋଷଭ ସେଟ୍ଟୀ:
’କାନ୍ତାରା’ ସୁପରଷ୍ଟାର ଋଷଭ ଶେଟ୍ଟୀ ୨୦୨୫ ମସିହାରେ ତାଙ୍କର ’ କାନ୍ତାରା ପାର୍ଟ ୧ ମୁଭି ସହ ଧୁମ୍ ମଚେଇଥିଲେ । ଏହି ଭୂମିକାରେ ତାଙ୍କର ଅଭିନୟ ଖୁବ୍ ଆଦୃତ ହୋଇଥିଲା । ତାଙ୍କ ଦମଦାର ଅଭିନୟ ଉଭୟ ପ୍ରଶଂସକ, ଦର୍ଶକ ଓ ଫିଲ୍ମ ସମାଲୋଚକଙ୍କ ମନ ଜିତିଥିଲା ।
ଜୟଦୀପ ଆହ୍ଲାୱତ୍ : ହରିୟାଣା ମାଟିର ଅଭିନେତା ଜୟଦୀପ ଆହ୍ଲାୱତ୍ ୨୦୧୫ରେ ଖୁବ୍ ଚର୍ଚ୍ଚାରେ ଥିଲେ । ’ ପାତାଲ ଲୋକ୍’ରେ ହାଥୀରାମ ଚୌଧୁରି ଭୂମିକାରେ ଅଭିନୟ କରିଥିବା. ଜୟଦୀନ ନେଟଫ୍ଲିକ୍ସ ଫିଲ୍ମ ’ଜୁଲ୍ରଏଲ ଥିଫ୍’ ଏବଂ ’ମହରାରାଜ’ ରେ ନେଗେଟିଭ୍ ରୋଲରେ ନେଜର ଆସିଥିଲେ। ତାଙ୍କର ଲୁକ୍ ସମସ୍ତଙ୍କୁ ଚମକାଇଦେଇଥିଲା । ଖାସ କରି ତାଙ୍କ ଡାନ୍ସର ଭିଡିଓ ଭାଇରାଲ ହୋଇଥିଲା । ପରେ ଜୟଦୀପ ଆଡ୍ଳାୱତ୍ ’ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’’ରେ ନାଚିବାର ଦେଖିବାକୁ ମିଳିଥିଲା ।
କଲ୍ୟାଣୀ ପ୍ରିର୍ୟଦର୍ଶନ : ଅଭିନେତ୍ରୀ କଲ୍ୟାଣୀ ପ୍ରିୟଦର୍ଶନ ତାଙ୍କ ଚଳଚ୍ଚିତ୍ର ’ ଲୋକା ଚ୍ୟାପ୍ଟର-୧ ଚନ୍ଦ୍ରା’ରୁ ସମସ୍ତଙ୍କ ମନ ଜିତିଥିଲେ । ତାଙ୍କର ଏହି ଫିଲ୍ମ ମାଲାୟାଲମ୍ ଫିଲ୍ମରେ ମହିଳାଙ୍କୁ ସ୍ବତନ୍ତ୍ର ସମ୍ମାନ ଦେଇଛି । ଏହାସହ ଏ ଫିଲ୍ମ ୩ଶହ କୋଟି ର ଅଧିକ ଆୟ ବି କରିଛି ।
ସୈଫ୍ ଅଲ୍ଲି ଖାନ୍ : ଫିଲ୍ମକୁ ବାଦ୍ ଦେଇ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏ ବର୍ଷ ଚର୍ଚ୍ଚାରେ ଥିଲେ ସୈଫ୍ ଅଲ୍ଲି ଖାନ୍ । ଜାନୁଆରୀ ରେ ତାଙ୍କ ଘରେ ଚୋର ପଶିଲା, ଏବଂ ଚୋର ଆକ୍ରମଣରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସୈଫ୍ ।
ଆହନ ପାଣ୍ଡେ ଓ ଅନୀତା ପଡ୍ଡା :
ଯଶରାଜ ବ୍ୟାନରର ଫିଲ୍ମ ’ସୟାରା’ରେ ଡେବ୍ୟୁ କରି ଲୋକପ୍ରିୟ ହୋଇଥିଲେ ଏହି ଦୁଇ ଅଭିନେତା ଅଭିନେତ୍ରୀ । ଦୁହିଁଙ୍କ ଯୋଡ଼ି ଖୁବ୍ ପ୍ରଶଂସା ସାଉଁଟିଥିଲେ । ଏ ଫିଲ୍ମ ଦେଖି ଦର୍ଶକ ସିନେମା ହଲରେ କାନ୍ଦିବାର ଦେଖିବାକୁ ମିଳିଥିଲା ।
ଲକ୍ଷ୍ୟ : ଆର୍ୟନ୍ ଖାନ୍ ’ଦି ବ୍ୟାଡ୍ସ ଅଫ୍ ବଲିଉଡ୍’ ସିରିଜ ଜରିଆରେ ନିଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ । ଏହି ନେଟଫ୍ଲିକ୍ସ ଜରିଆରେ ହିରୋ ସାଜିଥିବା ଲକ୍ଷ୍ୟ ତାଙ୍କଠାରୁ ଅଧିକ ପ୍ରଶଂସା ସାଉଁଟିଥିଲେ । କାରଣ ଥିଲା ତାଙ୍କ କାମ, ଜବରଦସ୍ତ ଭଏସ୍, ହ୍ୟାଣ୍ଡସମ୍ ଲୁକ୍ ।
Follow Us