korean boy Photograph: (KanaKNews)
କନକ ବ୍ୟୁରୋ: ଫେବୃଆରି ୩ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ, ଉତ୍ତରପ୍ରଦେଶ ଗାଜିଆବାଦର ତିନି ନାବାଳିକା ଭଉଣୀ କୋଠାର ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିବା ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟ କଲାଭଳି ତଥ୍ୟ। ନାବାଳିକା ଭଉଣୀମାନେ ମୃତ୍ୟୁ ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ, ଯେଉଁଥିରେ ସେମାନେ ଏପରି ଚରମ ନିଷ୍ପତ୍ତି ନେବା ପଛର କାରଣକୁ ପ୍ରକାଶ କରିଛନ୍ତି ।
ନାବାଳିକା ଭଉଣୀମାନେ ମୃତ୍ୟୁ ପୂର୍ବରୁ ଆତ୍ମହତ୍ୟା ନୋଟରେ ଲେଖିଛନ୍ତି, "ଆମେ କୋରିଆନଙ୍କୁ ଭଲ ପାଉ, ତୁମେମାନେ ଜାଣିନାହଁ ଆମେ କୋରିଆନଙ୍କ ପାଇଁ କେତେ ପାଗଳ । ଏବେ ତୁମେ ଏହାର ପ୍ରମାଣ ଦେଖ । ଏହା ସୂଚାଇଦେଉଛି ଯେ ଝିଅମାନେ ପ୍ରସିଦ୍ଧ ଦକ୍ଷିଣ କୋରିଆନ୍ ଗାୟକ ଏବଂ ଅଭିନେତାମାନଙ୍କୁ କେତେ ପସନ୍ଦ କରୁଥିଲେ । ଏହା କେବଳ ପସନ୍ଦର ବିଷୟ ନୁହେଁ। ଝିଅମାନଙ୍କ ଆତ୍ମହତ୍ୟା ନୋଟରୁ ଜଣାପଡ଼ିଛି ଯେ ସେମାନଙ୍କ ପରିବାର ସେମାନଙ୍କୁ ଅନ୍ୟ ଜିନିଷ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଥାଇପାରନ୍ତି, ଯାହା ସେମାନଙ୍କୁ ପସନ୍ଦ ଆସିନଥିଲା ।
ସୁଇସାଇଡ୍ ନୋଟରେ ଆହୁରି ଲେଖା ଅଛି, "ଏବେ ତ ବିଶ୍ଵାସ ହୋଇଯାଇଥିବ ଯେ କୋରିଆନ୍ ଓ କେ-ପପ୍ ଆମର ଜୀବନ ଥିଲା । ଆମେ କୋରିଆନ୍ ଅଭିନେତା ଏବଂ କେ-ପପ୍ ଗ୍ରୁଫକୁ ଯେତିକି ଭଲ ପାଉଥିଲୁ, ତୁମକୁ କିମ୍ଵା ପରିବାରକୁ ସେତିକି ଭଲ ପାଇନଥିଲୁ । କୋରିଆନ୍ ତ ଆମର ଜୀବନ ଥିଲା।" ଆତ୍ମହତ୍ୟା କରିଥିବା ଭଉଣୀମାନଙ୍କ ନୋଟରେ ଘର ଲୋକଙ୍କଠୁ ସେମାନେ ଖାଇଥିବା ମାଡ଼ ବିଷୟରେ ବି ଉଲ୍ଲେଖ ଅଛି ।
ନୋଟରେ ଲେଖା ଅଛି, "ଆମେ କ''ଣ କେବଳ ତୁମମାନଙ୍କଠାରୁ ମାଡ଼ ଖାଇବା ପାଇଁ ବଞ୍ଚିବା ଉଚିତ? ନା, ଭାଇ, ନା, ଆମେ ମାଡ଼ ଖାଇବା ଅପେକ୍ଷା ମରିବାକୁ ପସନ୍ଦ କରିବୁ।" ଏହି ନୋଟରେ ଆଉ ଏକ କଥା ମଧ୍ୟ ଲେଖାଯାଇଛି। ଝିଅମାନେ ଭାରତୀୟଙ୍କୁ ବିବାହ କରିବାକୁ ପସନ୍ଦ କରୁନଥିଲେ। ଏହି ନୋଟରେ ଲୋଖାଯାଇଛି, "ବିବାହ କରିବାର ଚିନ୍ତା ମୋ ମନରେ ଉତ୍ତେଜନା ସୃଷ୍ଟି କରିଥିଲା। ମୁଁ କୋରିଆନମାନଙ୍କୁ ପସନ୍ଦ କରୁଥିଲି, ମୁଁ ସେମାନଙ୍କୁ ଭଲ ପାଉଥିଲି, ମୁଁ କେବେବି ଜଣେ ଭାରତୀୟ ପୁରୁଷଙ୍କୁ ବିବାହ କରିବି ନାହିଁ। ମୁଁ କେବେ ଏହା ଆଶା କରିନଥିଲି। ତେଣୁ, ମୁଁ ଆତ୍ମହତ୍ୟା କରୁଛି। କ୍ଷମା କରିବେ, ବାପା।
Follow Us